Latest Odisha News

BREAKING NEWS

ସଂପତ୍ତି ଲୋଭରେ ନିଜକୁ ବେଶ୍ୟା ପରିଚୟ ଦେଇଥିଲେ ଏଇ ବଲିଉଡ ଅଭିନେତ୍ରୀ

ମୁମ୍ବାଇ: ସେ ଥିଲେ ରୂପ ରାଇଜର ରାଣୀ । ୪୦ ବର୍ଷ ଧରି କରିଥିଲେ ବଲିଉଡରେ ରାଜ । କ୍ୟୁଟ କୁଇନଙ୍କ ଜଲୱା ଜଳାଇ ଦେଉଥିଲା ନାମୀ ଦାମୀ ହିରୋଙ୍କ ଦିଲ । ୨୦ରୁ ୮୦ ଦଶକ ଥିଲା ତାଙ୍କ ନାଁରେ । ଆମେ କହୁଛୁ ବଲିଉଡ ଅଭିନେତ୍ରୀ ମାଲା ସିହ୍ନାଙ୍କ କଥା । ଦେଉଥିଲେ ଗୋଟିଏ ପରେ ଗୋଟିଏ ସୁପର ଡୁପର ଫିଲ୍ମ । କଥା କୁହା ଆଖିରେ ମାତାଲ କରୁଥିଲେ ଫ୍ୟାନ୍ସଙ୍କୁ ।  ଦିନେ ହାଇ-ପେଡ ଥିବା ଏଇ ହିରୋଇନ ହଠାତ ଦିନେ ସୁନେଲି ପରଦାରୁ ହଜିଗଲେ । କାହିଁକି ହଜିଗଲେ କେହି ଜାଣି ପାରିଲେନି । ଖାଲି ହଜିଗଲେନି, ବଦନାମର ଅନ୍ଧଗଳିରେ ଏମିତି ହଜିଗଲେ ଯେ କେହି ତାଙ୍କୁ ଆଉ ଖୋଜି ପାଇଲେନି । ତାଙ୍କ ଜୀବନ କାହାଣୀ ଥିଲା ବେଶ ରୋମାଞ୍ଚକର…

ଏଇ ସୁନ୍ଦରୀ ନାୟିକାଙ୍କ ବାସ୍ତବ ଜୀବନ କିନ୍ତୁ ଥିଲା ଅଲଗା । ସେ କୁଆଡେ ଖୁବ କଞ୍ଜୁସ ଥିଲେ ବୋଲି ଲୋକେ କୁହନ୍ତି । ଏତେ କଞ୍ଜୁସ ଥିଲେ ଯେ, ଧନ ଲୋଭରେ ନିଜ ବଦନାମ ନିଜ ମୁହଁରେ କରିବାକୁ ବି ପଛାଇ ନ ଥିଲେ । ଦିନେ ତାଙ୍କ ଘରେ ହେଲା ଇନକମ ଟାକ୍ସ ରେଡ । ଏହା ୧୯୭୮ ମସିହାର କଥା । କ୍ୟାରିଅରର ଶିଖରରେ ଥିଲେ ମାଲା । ଚଢାଉବେଳେ ବାଥରୁମରୁ ଜବତ ହେଲା ବିଡା ବିଡା  ଟଙ୍କା । ଗଣିବା ପରେ ଜଣା ପଡିଲା  ୧୨ ଲକ୍ଷ ଟଙ୍କା । ୧୨ ଲକ୍ଷ ଟଙ୍କା ସେ ସମୟରେ କିଛି କମ ନ ଥିଲା । ଏତେ  ସଂପତ୍ତି ଲୁଚାଇବାକୁ ଯାଇ ମାଲା ସିହ୍ନା ମିଡିଆ ଓ କୋର୍ଟକୁ ଏମିତି ବୟନା ଦେଲେ ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ହେଲେ ସେତେବେଳେ ଜାଣି ନ ଥିଲେ ଏଇ ଗୋଟିଏ ବୟାନ ତାଙ୍କ ଜୀବନ, କ୍ୟାରିୟରକୁ ଏମିତି ନଷ୍ଟ କରିଦେବ ବୋଲି । ଯେଉଁମାନେ କାଲି ତାଙ୍କର ଫ୍ୟାନ ଥିଲେ ସେମାନେ ମୁହଁ ଫେରାଇ ନେଲେ ।

ଆୟକର ବିଭାଗର ବାରମ୍ବାର ଚଢାଉ, ମିଡିଆର ପ୍ରଶ୍ନବାଣକୁ ସାମ୍ନା କରି ପାରି  ନ ଥିଲେ ମାଲା ସିହ୍ନା । କଥା କୋର୍ଟରେ ପହଞ୍ଚିଲା । ସଂପତ୍ତି ବଞ୍ଚାଇବାକୁ ଯାଇ ପିତା ଆଲବର୍ଟ ସିହ୍ନା ଏବଂ ଓକିଲଙ୍କ କଥାରେ ପଡି ନିଜକୁ ବେଶ୍ୟା ବୋଲି କହିଥିଲେ । ବେଶ୍ୟାବୃତ୍ତି କରି ଏତେ ଟଙ୍କା କମାଇଥିବା ମିଡିଆ ଓ କୋର୍ଟ ସମ୍ମୁଖରେ କହିଥିଲେ । ବାସ, ଏଇ ଗୋଟିଏ ବୟାନ ସବୁକିଛି ଓଲଟପାଲଟ କରିଦେଲା । ମୁହଁ ଫେରାଇନେଲେ ଫ୍ୟାନ୍ସ । ପଚାରିଲେନି ଡାଇରେକ୍ଟର, ପ୍ରଡ୍ୟୁସର । ଅନେକ ଟାହିଟାପରା, ତାତ୍ସଲ୍ୟ, ସମାଲୋଚନାକୁ ସାମ୍ନା କରିବାକ ପଡ଼ିଥିଲା ମାଲା ସିହ୍ନାଙ୍କୁ । ଏ ନିନ୍ଦା, ଅପବାଦ ଭିତରେ ତାଙ୍କ କ୍ୟାରିୟରର ସୂର୍ଯ୍ୟ ଅସ୍ତ ହୋଇଗଲେ । ଏପରିକି ଟିଭି ପଦରଦାକୁ ବି ନିଖୋଜ ହୋଇଗଲେ ।

Leave A Reply

Your email address will not be published.