Latest Odisha News

BREAKING NEWS

ହକି ବିଶ୍ୱକପ: ଆଜିଠାରୁ କ୍ୱାର୍ଟରଫାଇନାଲ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ସୋମବାର କ୍ରସ ଓଭରରେ ଜର୍ମାନୀ ଓ କୋରିଆ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ପୂର୍ବରୁ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିଥିଲେ । ଜାନୁୟାରୀ ୨୪ ଓ ୨୫ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ମଙ୍ଗଳବାର ସାଢ଼େ ୪ଟାରେ ଅଷ୍ଟ୍ରେଲିଆ-ସ୍ପେନ ଓ ସନ୍ଧ୍ୟା ୭ଟାରେ ବେଲଜିୟମ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ ।

ସେହିପରି ବୁଧବାର ପ୍ରଥମ ମ୍ୟାଚରେ ଇଂଲଣ୍ଡ-ଜର୍ମାନୀ ଓ ଦ୍ୱିତୀୟ ମ୍ୟାଚରେ କୋରିଆ-ନେଦରଲାଣ୍ଡ ଆମ୍ନାସାମ୍ନି ହେବେ । ଭାରତ କ୍ରସ ଓଭରରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇ ପଦକ ଦୌଡରୁ ବାଦ ପଡିଛି । ରବିବାର କୋରିଆ ଅପେକ୍ଷାକୃତ ଶକ୍ତିଶାଳୀ ଆର୍ଜେଂଟିନାକୁ ହରାଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଥିଲା ।

Leave A Reply

Your email address will not be published.