Latest Odisha News

BREAKING NEWS

ଆୟକର ପୈଠର ସମୟ ସୀମା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି : କେନ୍ଦ୍ର ଅର୍ଥମନ୍ତ୍ରାଳୟ

ଦିଲ୍ଲୀ : ଆୟକର ପୈଠର ସମୟ ସୀମା ବୃଦ୍ଧି । କେନ୍ଦ୍ର ସରକାର ଆୟକର ପୈଠର ସମୟ ସୀମା ବୃଦ୍ଧି କରିଛନ୍ତି ।୨୦୨୨ ମାର୍ଚ୍ଚ ୧୫ ତାରିଖକୁ ଆୟକର ପୈଠର ତାରିଖ ଘୁଞ୍ଚାଇ ଦିଆଯାଇଛି । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରାଜସ୍ୱ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି । ଆୟକର ପୈଠ ସମୟ ସୀମା ବଢାଇବା ସହ ଅର୍ଥ ମନ୍ତ୍ରାଳୟ ଅଡିଟ ରିପୋର୍ଟ ପୈଠ କରିବା ସମୟ ସୀମା ମଧ୍ୟ ବୃଦ୍ଧି କରିଛନ୍ତି ।

ଅଡିଟ ରିପୋର୍ଟ ପୈଠ କରିବାର ନୂଆ ତାରିଖ ଫେବୃଆରୀ ୧୫ ତାରିଖକୁ ରଖାଯାଇଛିା ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ହେଉଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏପରି ନିଷ୍ପତ୍ତି ନେଇଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆୟକର ପୈଠ ସମୟ ସୀମାକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.