ଲଣ୍ଡନ: ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟଶିପ ଫାଇନାଲର ତୃତୀୟ ଦିବସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫଲୋଅନ ଏଡାଇବାରେ ସଫଳ ହୋଇଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୬୯ ରନ ଜବାବରେ ଭାରତ ୨୯୬ ରନ କରି ୧୭୫ ରନରେ ପଛୁଆ ରହିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଅଜିଙ୍କ୍ୟ ରାହାନେ, ରବୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଳ ଠାକୁରଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ଭାରତ କିଛି ଟା ସଂଘର୍ଷ କରିପାରିଥିଲା । ରାହାନେ ୮୯, ଜାଡେଜା ୪୮ ଓ ଶାର୍ଦ୍ଦୁଳ ୫୧ ରନର ଇନିଂସ ଖେଳିଥିଲେ । ରାହାନେ ଓ ଜାଡେଜା ୭ମ ୱିକେଟରେ ୧୧୦ ରନ ଯୋଗ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କୁମିନ୍ସ ୩ଟି ୱିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ, ସ୍କଟ ବୋଲାଣ୍ଡ ଓ କାମେରୁନ ଗ୍ରୀନ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ ।
ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଇନିଂସରେ ଭାରତ ଯେତେ କମ ରନରେ ରଖିବ ତାହା ସେମାନଙ୍କ ପାଇଁ ମ୍ୟାଚ ବଂଚାଇବାରେ ସହାୟ ହେବ । ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ବୋଲିଂ ଓ ଫିଲ୍ଡିଂ ବରିଷ୍ଠ କ୍ରିକେଟରମାନେ ସମାଲୋଚନା କରିଥିଲେ । ଟପ ଅର୍ଡର ଫର୍ମରେ ନ ରହିବା ଦଳ ପାଇଁ ପୁନର୍ବାର ଚିନ୍ତାର କାରଣ ସାଜିଛି । ରୋହିତ ଶର୍ମା (୧୫), ଶୁଭମନ ଗିଲ (୧୩), ଚେତେଶ୍ୱର ପୂଜାରା (୧୪) ଓ ବିରାଟ କୋହଲି ୧୪ ରନ କରି ଆଉଟ ହୋଇଥିଲେ ।
Comments are closed.