ଲୀଡ୍ସ: ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ ଓ ରିଷଭ ପନ୍ତଙ୍କ ଶତକ ସହାୟତାରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୭୧ ରନ କରି ଅଲଆଉଟ ହୋଇଯାଇଛି । ଭାରତ ଶେଷ ୭ଟି ୱିକେଟ ୪୧ ରନରେ ହରାଇଥିଲା । ଗିଲ ୧୪୭, ପନ୍ତ ୧୩୪ ଓ ଯଶସ୍ୱୀ ୧୦୧ ରନ କରି ଆଉଟ ହୋଇଥିଲେ । ୮ ବର୍ଷ ପରେ ଭାରତୀୟ ଦଳକୁ ଫେରିଥିବା କରୁଣ ନାୟାର ଖାତା ଖୋଲିପାରି ନ ଥିଲେ । ଶେଷ ଭାଗରେ ଟିମ ଇଣ୍ଡିଆର ବ୍ୟାଟିଂ ଲାଇନ ଅପ ନାଟକୀୟ ଢ଼ଙ୍ଗରେ ପତନ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ଓ ଜୋଶ ଟଙ୍ଗ ୪ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ବ୍ରାଏଡନ କର୍ସ ଓ ଶୋଏବ ବଶୀର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ଟେଷ୍ଟ କ୍ରିକେଟରେ ରିଷଭ ପନ୍ତ ଭାରତୀୟ ୱିକେଟକିପରଙ୍କ ମଧ୍ୟରେ ସର୍ବାଧିକ ଶତକ ହାସଲ କରିଛନ୍ତି । ସେ ୭ଟି ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ୬ ଶତକ ସହ ଆଗରେ ରହିଥିଲେ । ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ୫ଟି ମ୍ୟାଚ ଖେଳାଯିବ । ଏଥିସହ ଆଗାମୀ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ସାଇକେଲ ମଧ୍ୟ ଆରମ୍ଭ ହୋଇଛି ।
Comments are closed.