Latest Odisha News

BREAKING NEWS

ହକିରେ ରିଓ ଗେମ୍ସ ଚାମ୍ପିୟନ ସହ ମ୍ୟାଚ ଡ୍ର ରଖିଲା ଭାରତ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ଦ୍ୱିତୀୟ ମୁକାବିଲାରେ ଆର୍ଜେଂଟିନା ସହ ମ୍ୟାଚ ଡ୍ର ରଖିଛନ୍ତି । ରିଓ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଂଟିନା ଓ ଭାରତ ମଧ୍ୟରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ୧-୧ରେ ଡ୍ର ରହିଥିଲା । ପ୍ରଥମରୁ ଆର୍ଜେଂଟିନା ୧-୦ରେ ଅଗ୍ରଣୀ ରହି ଭାରତକୁ ଚାପରେ ରଖିଥିଲା । ଶେଷ ଭାଗରେ ଅଧିନାୟକ ହରମନପ୍ରୀତ ସିଂ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ମ୍ୟାଚକୁ ବଂଚାଇବାରେ ସଫଳ ହୋଇଥିଲେ । ଏହା ପୂର୍ବରୁ ପ୍ରଥମ ମୁକାବିଲାରେ ଭାରତ ୩-୨ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଟିମ ଇଣ୍ଡିଆ ପରବର୍ତୀ ମ୍ୟାଚରେ ଆୟର୍ଲାଣ୍ଡକୁ ଭେଟିବ ।

ସେହିପରି ବ୍ୟାଡମିଂଟନରେ ଭାରତର ଲକ୍ଷ୍ୟ ସେନ ପୁରୁଷ ସିଙ୍ଗଲ୍ସ ମୁକାବିଲାରେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ସେ ଜୁଲିୟନ କାରାଗୀଙ୍କୁ ୨୧-୧୯ ଓ ୨୧-୧୪ରେ ପରାସ୍ତ କରିଥିଲେ । ୧୦ ମିଟର ଏୟାର ରାଇଫଲ ଇଭେଂଟରେ ଭାରତୀୟ ଶୁଟର ଅର୍ଜୁନ ବାବୁତା ପଦକ ହାସଲ କରିପାରି ନ ଥିଲେ ମଧ୍ୟ ପ୍ରଦର୍ଶନ ବଳରେ ସମସ୍ତଙ୍କ ମନ ଜିଣିଛନ୍ତି । ସେ ଚତୁର୍ଥ ସ୍ଥାନରେ ରହିଥିଲେ । ଚୀନର ଶେଙ୍ଗ ଲିହାୟୋ ଅଲିମ୍ପିକ ରେକର୍ଡ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Comments are closed.