Latest Odisha News

BREAKING NEWS

ବର୍ଷା ଯୋଗୁ ମ୍ୟାଚ ଅଧାରୁ ବନ୍ଦ, ରିଜର୍ଭ ଡେରେ ଖେଳାଯିବ ଭାରତ-ପାକ ମୁକାବିଲା

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଏବେ ବର୍ଷା ଯୋଗୁ ରିଜର୍ଭ ଡେରେ ଖେଳାଯିବ । ରବିବାର ଭାରତ ପ୍ରଥମେ ବ୍ୟାଟିଂ କରି ୨୪.୧ ଓଭରରେ ୨ ୱିକେଟ ହରାଇ ୧୪୭ ରନ କରିଥିଲା । ଏହା ପରେ ବର୍ଷା ହେବାକୁ ଆଉ ମ୍ୟାଚ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ସୋମବାର ଯେଉଁଠାରେ ମ୍ୟାଚ ବନ୍ଦ ହୋଇଥିଲା ସେଠାରୁ ଖେଳ ଆରମ୍ଭ ହେବ । କେଏଲ ରାହୁଲ ୨୮ ବଲରେ ୧୭ ଓ ବିରାଟ କୋହଲି ୧୬ ବଲରେ ୮ ରନ କରି ଅପରାଜିତ ରହିଛନ୍ତି । ପୂର୍ବରୁ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ପାକିସ୍ତାନ ପେସରଙ୍କୁ ଦୀଶାହୀନ କରି ଦେଇଥିଲେ । ଶୁଭମନ ଗିଲ ୫୮ ଓ ରୋହିତ ଶର୍ମା ୫୬ ରନ କରି ଆଉଟ ହୋଇଥିଲେ । ଶାହୀନ ଆଫ୍ରିଦି ଓ ଶାଦବ ଖାଁ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି ।

ରିଜର୍ଭ ଡେରେ ଯଦି ବର୍ଷା ହୁଏ ତେବେ ଡକ୍ୱୱର୍ଥ ଲୁଇସ ନିୟମର ବ୍ୟବହାର କରାଯିବ । ବର୍ଷା ଯୋଗୁ ଏସିଆ କପରେ ଭାରତ-ପାକ ହାଇ ଭୋଲଟେଜ ମୁକାବିଲା ଦେଖିବା ପାଇଁ ଅପେକ୍ଷା କରି ରହିଥିବା ପ୍ରଶଂସକଙ୍କ ବାରମ୍ବାର ନିରାଶ ହେବାକୁ ପଡିଛି । ପୂର୍ବରୁ ପ୍ରଥମ ମ୍ୟାଚ ବର୍ଷା ଯୋଗୁ ଗୋଟିଏ ଇନିଂସ ଖେଳାଯିବ ସମ୍ଭବପର ହୋଇଥିଲା । ଉଭୟ ଟିମ ପଂଏଟ ଭାଗ କରିଥିଲେ ।

Comments are closed.