Latest Odisha News

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଦକ୍ଷିଣ କୋରିଆକୁ ହରାଇଲା ଅପରାଜେୟ ଭାରତ

ମାଡ୍ରାସ: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ସୋମବାର ଭାରତ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଦକ୍ଷିଣ କୋରିଆକୁ ୩-୨ ଗୋଲରେ ପରାସ୍ତ କରିଛି । ଭାରତ ଏଥିସହ ଶୀର୍ଷ ସ୍ଥାନ ବଜାୟ ରଖିଛି । ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଅନୁଷ୍ଠିତ ରୋମାଂଚକର ମୁକାବିଲାରେ ଭାରତ ପକ୍ଷରୁ ନୀଳକାନ୍ତ ଶର୍ମା, ମନଦୀପ ସିଂ ଓ ହରମନପ୍ରୀତ ସିଂ ସ୍କୋର କରିଥିବା ବେଳେ କୋରିଆ ତରଫରୁ ସୁଗୟମ କିମ ଓ ଝିଆନ ୟାଙ୍ଗ ଗୋଲ ଦେଇଥିଲେ । ୩ଟି ଯାକ କ୍ୱାର୍ଟରରେ ଭଲ ପ୍ରଦର୍ଶନ କରିବା ସତ୍ୱେ ଅନ୍ତିମ କ୍ୱାର୍ଟରରେ ଭାରତର ଦାୟିତ୍ୱହୀନତା ଯୋଗୁ ଅଳ୍ପକେ ମ୍ୟାଚ ହାତଛଡା ହେବାରୁ ବଂଚି ଯାଇଥିଲା ।

ପୂର୍ବ ମ୍ୟାଚରେ ଭାରତ ୫-୦ ଗୋଲରେ ମାଲେସିଆକୁ ପରାସ୍ତ କରିଥିବା ବେଳେ ଜାପାନ ସହ ମ୍ୟାଚ ୧-୧ରେ ଡ୍ର ରଖିଥିଲା । ପ୍ରଥମ ମ୍ୟାଚରେ ଚୀନକୁ ୭-୨ ଗୋଲରେ ହରାଇଥିଲା । ୧୦ ପଂଏଟ ସହ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ମାଲେସିଆ ୯ ପଂଏଟ ସହ ଦ୍ୱିତୀୟରେ ରହିଛି ।

Comments are closed.