Latest Odisha News

BREAKING NEWS

୧୭ ବର୍ଷ ହେଲା ଇନ୍ଦୋରରେ ହାରିନି ଟିମ ଇଣ୍ଡିଆ

ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ୨୪ ସେପ୍ଟମ୍ବରରେ ଖେଳାଯିବ । ପ୍ରଥମ ଦିନିକିଆ ଜିତିଥିବା ଭାରତ ଏହି ମ୍ୟାଚକୁ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିବ । ଇନ୍ଦୋର ପିଚ ସର୍ବଦା ଭାରତ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ୧୭ ବର୍ଷ ହେଲା ଟିମ ଇଣ୍ଡିଆ ଏଠାରେ ପରାଜିତ ହୋଇନି । ୨୦୦୬ରେ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଭାରତ ବିଜୟ ହାସଲ କରିଥିଲା । ସେବେଠାରୁ ୬ଟି ମ୍ୟାଚ ଖେଳା ଯାଇଥିଲେ ମଧ୍ୟ ଟିମ ଇଣ୍ଡିଆ ହାରି ନାହିଁ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତ ଭଲ ପ୍ରଦର୍ଶନ କରି ପ୍ରଥମ ଦିନିକିଆରେ ବିଜୟୀ ହୋଇଥିଲା । କେଏଲ ରାହୁଲ ଅଧିନାୟକ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ ।

BjdElectrycity

ଅପରପକ୍ଷରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରି ସିରିଜରେ ତିଷ୍ଠି ରହିବା ପାଇଁ ଚାହିଁବ । ରାଜକୋଟରେ ଖେଳାଯିବାକୁ ଥିବା ଅନ୍ତିମ ଦିନିକିଆରେ ଟିମ ଇଣ୍ଡିଆ ପରୋକ୍ଷରେ ବିଶ୍ୱକପ ଟିମ ଖେଳାଇବ । ଭାରତୀୟ ଦଳର ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲର ଲୟକୁ ଫେରିଛନ୍ତି । ଯାହାକି ଟିମ ଇଣ୍ଡିଆ ପାଇଁ ଖୁସି ଖବର । ସୂଚନାଯୋଗ୍ୟ, ଅକ୍ଟୋବର ୫ରୁ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବ ।

Leave A Reply

Your email address will not be published.