Latest Odisha News

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ: ସ୍ପିନ ଯୁଦ୍ଧ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ

ଚେନ୍ନାଇ: ବାଂଲାଦେଶ ବିପକ୍ଷ କ୍ରିକେଟ ସିରିଜର ପ୍ରଥମ ଟେଷ୍ଟ ଚେନ୍ନାଇରେ ଗୁରୁବାରଠାରୁ ଖେଳାଯିବ । ଏଠାରେ ଉଭୟ ଟିମ ମଧ୍ୟରେ ଏକ ସ୍ପିନ ଯୁଦ୍ଧ ଦେଖିବାକୁ ମିଳି । ଯେଉଁ ଦଳ ଏଥିରେ ସିଦ୍ଧହସ୍ତ ହେବ ସେହି ଦଳ ବାଜି ମାରିବ ବୋଲି ବିଶ୍ୱାସ କରାଯାଉଛି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ୩ ସ୍ପିନର ଓ ୨ ପେସର ରଣନୀତିରେ ପଡିଆକୁ ଓହ୍ଲାଇବ । ଚେନ୍ନାଇ ପିଚରେ ନାଲି ମାଟିର ବ୍ୟବହାର କରାଯାଇଛି । ପ୍ରଥମେ ଏହା ପେସରଙ୍କୁ ସୁହାଇବ ଏବଂ ଶେଷ ଭାଗରେ ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ ପାଲଟିବ ବୋଲି ଅନୁମାନ କରାଯାଉଛି । ବୋଲରଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ ଏବଂ ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଖେଳିବା ଏକପ୍ରକାର ଚୂଡାନ୍ତ ହୋଇଛି ।

ତୃତୀୟ ସ୍ପିନର ପାଇଁ ଅକ୍ଷର ପଟେଲ, କୂଲଦୀପ ଯାଦବ, ଆକାଶଦୀପ ଓ ୟଶ ଦୟାଲଙ୍କ ମଧ୍ୟରୁ ଜଣଙ୍କୁ ଖେଳାଯିବ । କୂଲଦୀପ ଓ ଅକ୍ଷରଙ୍କ ମଧ୍ୟରେ ଜଣେ ଚୂଡାନ୍ତ ଏକାଦଶରେ ସାମିଲ ହେବା ସମ୍ଭାବନା ଅଧିକ ରହିଛି । ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିଶେଷ କିଛି ପରିବର୍ତନ କରାଯିବା ଆବଶ୍ୟକ ହେଉନି ବୋଲି ରୋହିତ କହିଛନ୍ତି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶକୁ ଆଖି ଆଗରେ ରଖି ଭାରତ ଏହି ସିରିଜକୁ ଭଲ ଭାବେ ଜିତିବାକୁ ଚାହିଁବ । ଟିମ ଇଣ୍ଡିଆର ପ୍ରସ୍ତୁତି, ଫର୍ମ ଏବଂ ରେକର୍ଡ ବିଚାରକୁ ନେଲେ ବାଂଲାଦେଶ ପାଇଁ ଏହି ଦଳ ବଡ ସମସ୍ୟା ସୃଷ୍ଟି କରିବେ ।

Leave A Reply

Your email address will not be published.