Latest Odisha News

BREAKING NEWS

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଚେନ୍ନାଇରେ ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଟେଷେ୍ଟ ସିରିଜ । ଚେନ୍ନାଇର ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ । କ୍ରିକେଟ୍‍ ପ୍ରେମୀ ତଥା ବିନା ଦର୍ଶକରେ ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମରେ ଏକ ଆନ୍ତର୍ଜାତିକ ଟେଷ୍ଟ ମ୍ୟାଚ୍‍ ଖେଳାଯାଉଛି । ବିରାଟ କୋହଲିଙ୍କ ନେତୃତ୍ୱରେ ପ୍ଲେଇଂ ଇଲେଭେନକୁ ଫେରିଛନ୍ତି ଅଷ୍ଟ୍ରେଲିଆ ଗସ୍ତରେ ଆହତ ହୋଇଥିବା ଇଶାନ୍ତ ଶର୍ମା ।

ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍
ବିରାଟ କୋହଲି, ରୋହିତ ଶର୍ମା, ଶୁଭମନ୍ ଗିଲ୍, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ରିଷଭ ପନ୍ଥ, ଓ୍ୱାଶିଂଟନ୍ ସୁନ୍ଦର, ଆର୍. ଅଶ୍ୱିନ, ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ଶାହବାଜ ନଦିମ୍ ।

ଏହି ସିରିଜ ଜିତିବା ଲକ୍ଷ୍ୟରେ ଅଛନ୍ତି ଉଭୟ ଦଳ । ଭାରତ ନିକଟରେ ଅଷ୍ଟ୍ରେଲିଆକୁ ୨-୧ରେ ମାତ ଦେଇ ଭାରତ ବର୍ଡର-ଗାଭାସ୍କର ଟ୍ରଫି ହାତେଇଥିଲା । ସେହିପରି ଜୋ ରୁଟଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଶ୍ରୀଲଙ୍କାକୁ ୨-୦ରେ ପରାସ୍ତ କରିଛି ।

କୋଭିଡ୍ ଯୋଗୁ ପ୍ରାୟ ବର୍ଷେ ପରେ ଭାରତରେ ପ୍ରଥମେ ଥର ଖେଳାଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ମହାମାରି ପୂର୍ବରୁ ଭାରତ ୨୦୧୯ ନଭେମ୍ବର ୨୨ରେ କୋଲକାତା ଇଡେନ୍ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲା ।

Leave A Reply

Your email address will not be published.