Latest Odisha News

BREAKING NEWS

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ T20: ଜାଣନ୍ତୁ ରୋହିତଙ୍କ ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

ସ୍ପୋର୍ଟସ ବ୍ୟୁରୋ(ଓଡ଼ଶା ସମ୍ବାଦ): ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ । ରାଜସ୍ଥାନର ଜୟପୁରରେ ଖେଳାଯିବ ପ୍ରଥମ ମ୍ୟାଚ୍ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନୀକୁ ଓହ୍ଲାଇବ ମେନ୍ ଇନ୍ ବ୍ଲ୍ୟୁ । ନୂଆ ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କ ତତ୍ତ୍ୱାବଧାନରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । କିଓ୍ୱି ବାହୀନି ପାଖରୁ ବିଶ୍ୱକପ୍ ପରାଜୟର ବଦଲା ନେବାକ ଟିମ୍ ରୋହିତ ପାଖରେ ଭରପୁର ମୌକା ରହିଛି ।

ସେପଟେ ଅଧିନାୟକ କେନ୍ ଓ୍ୱିଲିୟମସନଙ୍କ ବିନା ଟି-ଟ୍ୱେଣ୍ଟି ସିରିଜ ଖେଳିବ ନ୍ୟୁଜିଲାଣ୍ଡ । ଟିମ୍ ସାଉଦି ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । ତଥାପି ଟିମ୍ ବ୍ଲାକ୍ କ୍ୟାପରେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ଚକମା ଦେବା ଟିମ୍ ଇଣ୍ଡିଆ ପାଇଁ ଏତେ ସହଜ ହେବନି। ବୋଲିଂରେ ଭାରତ ପାଇଁ ମୁଣ୍ଡ ବିନ୍ଧା ହେବେ ଟ୍ରେଣ୍ଟ ବୋଲ୍ଟ, ଟିମ୍ ସାଉଦି ଓ ଇଶ ସୋଢ଼ୀ ।

ପ୍ରଥମ ଟି-ଟ୍ୱେଣ୍ଟି ଜିତିବାକୁ ହେଲେ ଟିମ୍ ଇଣ୍ଡିଆକୁ ପ୍ଲେଇଂ ଇଲେଭେନ୍ ଭାବିଚିନ୍ତି ଚୟନ କରିବାକୁ ହେବ । ଟି-ଟ୍ୱେଣ୍ଟି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ନାହାନ୍ତି । ତାଙ୍କ ସ୍ଥାନରେ କିଏ ହେବ ଫିନିସର, ତାକୁ ନେଇ ଏବେ ଚର୍ଚ୍ଚା । ଏହି ସ୍ଥାନ ପାଇଁ ପ୍ରଥମ ଥର ଦଳରେ ସାମିଲ ଭେଙ୍କଟସ ଆୟାରଙ୍କ ନା ଆଗରେ ରହିଛି ।

ଓପେନିଂ ଅଧିନାୟକ ରୋହିତ ଶର୍ମା ଓ ଉପଅଧିନାୟକ ଲୋକେଶ ରାହୁଲ ତୁଲାଇବେ । ତୃତୀୟ ସ୍ଥାନରେ ବ୍ୟାଟିଂ ଭାର ଋତୁରାଜ ଗାଏକ୍ୱାଡଙ୍କୁ ମିଳିପାରେ । ଚତୁର୍ଥ ସ୍ଥାନରେ ଶ୍ରେୟସ ଆୟାର, ପଞ୍ଚମରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରି ପାରନ୍ତି । ଏହାପରେ ଆସିବେ ରିଷଭ ପନ୍ଥ । ସାତ ନମ୍ବରରେ ଭେଙ୍କଟୟ ଆୟାରଙ୍କୁ ମିଳିପାରେ ସୁଯୋଗ । ଧୂଆଁଧାର ବ୍ୟାଟିଂ ସହ ବୋଲିଂ ବି କରିବେ ।

ଟିମରେ ରବୀନ୍ଦ୍ର ଜାଡେଜା ନାହାନ୍ତି । ଅଶ୍ୱିନଙ୍କୁ ସୁଯୋଗ ମିଳିପାରେ । ସେ ବୋଲିଂ ସହ ବ୍ୟାଟିଂ ବି କରିବା ଦକ୍ଷତା ରଖିଛନ୍ତି । ଚୁଡ଼ାନ୍ତ ଦଳକୁ ଫେରିଛନ୍ତି ଯୁବଜବେନ୍ଦର ଚହଲ । ତାଙ୍କୁ ପ୍ଲେଇଂ ଇଲେଭେନରେ ମୌକା ମିଳିପାରେ । ଫାଷ୍ଟ ବୋଲିଂରେ ଦୀପକ ଚହର ଓ ହର୍ଷଲ ପଟେଲଙ୍କୁ ମିଳିପାରେ ସୁଯୋଗ ।

Leave A Reply

Your email address will not be published.