Latest Odisha News

BREAKING NEWS

ପନ୍ତଙ୍କ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ଭାରତର ଷ୍ଟାର ୱିକେଟକିପର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । ସେ ଏହି ସିରିଜ ମାଧ୍ୟମରେ ଦିିନିକିଆ ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ । ଶୁଭମନ ଗିଲ ଓ ଶ୍ରେୟାଶ ଆୟାରଙ୍କ ଅନୁପସ୍ଥିତି ପନ୍ତଙ୍କ ପାଇଁ ବଡ ସୁଯୋଗ ସୃଷ୍ଟି କରିଛି । ଚାମ୍ପିୟନ୍ସ ଟ୍ରଫି ପରେ ପନ୍ତଙ୍କୁ ଭାରତୀୟ ଦିନିକିଆ ଦଳରେ ସାମିଲ କରାଯାଇଛି । ଟେଷ୍ଟ କ୍ରିକେଟରେ ପନ୍ତ ନିଜ ସ୍ଥାନ ସୁରକ୍ଷିତ ରଖିଥିବା ବେଳେ ଦିିନିକିଆ ଓ ଟି୨୦ରେ ତାଙ୍କ ସ୍ଥାନ ନିୟମିତ ହୋଇ ପାରୁନି ।

ପନ୍ତ ୩୧ ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ୨୭ ଇନିଂସରେ ୮୭୧ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ । ଦୁର୍ଘଟଣା ପରେ ସେ ପାଖାପାଖି ୩୦ ମାସ ମଧ୍ୟରେ କେବଳ ଗୋଟିଏ ଦିନିକିଆ ମ୍ୟାଚ ଖେଳିଛନ୍ତି । ଏଥିରେ ସେ ମାତ୍ର ୬ ରନ କରିଥିଲେ । ପନ୍ତଙ୍କ ନିଜ ସ୍ଥାନ ସୁରକ୍ଷିତ ରଖିବାକୁ ହେଲେ କେଏଲ ରାହୁଲ, ସଞ୍ଜୁ ସାମସନ ଓ ଧ୍ରୁବ ଜୁରେଲଙ୍କ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ଭଲ ପ୍ରଦର୍ଶନ କରି ନ ପାରିଲେ ଦିନିକିଆରେ ପୂନର୍ବାର ସ୍ଥାନ ହାସଲ କରିବା କଷ୍ଟକର ହୋଇ ପଡିବ ।

Comments are closed.