Latest Odisha News

ସ୍ଵାଧୀନତା ଦିବସ ପାଳନ ପାଇଁ ଭଦ୍ରକରେ କୋହଳ ହେଲା କଟକଣା

ଭଦ୍ରକ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକରେ ସାପ୍ତାହିକ ସଟଡାଉନ ଘୋଷଣା କରାଯାଇଛି । ଆଗକୁ ଆସୁଛି ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଳନ ପାଇଁ ଭଦ୍ରକର ସାପ୍ତାହିକ ସଟଡାଉନକୁ କୋହଳ କରାଯାଇଥିବା ନେଇ ସୂଚନା ମିଳିଛି।

ଅଗଷ୍ଟ ୧୫ ତାରିଖ ଦିନ ୧୧ ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରିଛି ଜିଲ୍ଲା ପ୍ରଶାସନ । ଏହି ସମୟରେ ୧୦ ଜଣ ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସାମାଜିକ ଦୂରତା ଓ ସରକାରୀ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।

Comments are closed.