Latest Odisha News

BREAKING NEWS

ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୭୬ ରନର ଲକ୍ଷ୍ୟ

କଟକ: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଭାରତ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୭୫ ରନ କରିଥିଲା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟାବର୍ତନ ମ୍ୟାଚରେ ୨୮ ବଲରୁ ୫୯ ରନ କରି ଅପରାଜିତ ରହିଥିଲେ । ସେ ତାଙ୍କ ଇନିଂସରେ ୬ଟି ଚୌକା ଓ ୪ଟି ଛକା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିଳକ ବର୍ମା ୨୬, ଅକ୍ଷର ପଟେଲ ୨୩ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ।

ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୨, ଅଭିଷେକ ଶର୍ମା ୧୭, ଶୁଭମନ ଗିଲ ୪, ଶିବମ ଦୁବେ ୧୧ ଓ ଜୀତେଶ ଶର୍ମା ୧୦ ରନ କରିଥିଲେ । ଲୁଙ୍ଗି ନିିଗିଡି ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଏହି ମ୍ୟାଚରେ ତିଳକ ବର୍ମା ଆନ୍ତର୍ଜାତୀୟ ଟି୨୦ରେ ୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ଟସ ଜିିତି ଦକ୍ଷିଣ ଆଫ୍ରିକା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.