Latest Odisha News

କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ: ଭାରତ ୨୦୮/୮

ସେଂଚୁରିଆନ: କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୮ ୱିକେଟ ବିନିମୟରେ ୨୦୮ ରନ ସଂଗ୍ରହ କରିଛି । ବର୍ଷା ଯୋଗୁ ୫୯ ଓଭର ଖେଳାଯିବା ସମ୍ଭବପର ହୋଇଥିଲା । ବାକି ୪ ଦିନ ୯୮ ଓଭର ଖେଳାଯିବ । ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ବାଉନ୍ସ ପିଚରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଯଶସ୍ୱୀ ଜୈସୱାଲ(୧୭), ରୋହିତ ଶର୍ମା(୫), ଶୁଭମନ ଗିଲ(୨) ଆଉଟ ହେବା ପରେ ବିରାଟ କୋହଲି ଓ ଶ୍ରେୟାଶ ଆୟାର ଇନିଂସ ସମ୍ଭାଳିଥିଲେ । କୋହଲି ୩୮ ଓ ଆୟାର ୩୧ ରନ କରି ଆଉଟ ହୋଇଥିଲେ ।

କେଏଲ ରାହୁଲ ଏହା ପରେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ଗୋଟିଏ ପଟ ସମ୍ଭାଳି ରଖିଥିଲେ । ସେ ୭୦ ରନ ଓ ମହମ୍ମଦ ସିରାଜ ଖାତା ନ ଖୋଲି ଅପରାଜିତ ଅଛନ୍ତି । ଆର.ଅଶ୍ୱୀନ (୮), ଶାର୍ଦ୍ଦୁଳ ଠାକୁର (୨୪), ଯଶପ୍ରୀତ ବୁମରାହ ୧ ରନ କରି ଆଉଟ ହୋଇଥିଲେ । କାଗିସୋ ରାବାଡା ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାନ୍ଦ୍ରେ ବର୍ଗର ୨ଟି ଓ ମାର୍କୋ ଜାନେସନ ଗୋଟିଏ ୱିକେଟ ନେଇଥିଲେ ।

Leave A Reply

Your email address will not be published.