ଦି ଓଭାଲ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ୫ମ ତଥା ଅନ୍ତିମ ମୁକାବିଲାରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଇନିଂସରେ ୨୨୪ ରନ କରି ଅଲଆଉଟ ହୋଇଯାଇଛି । କରୁଣ ନାୟାର ଦଳ ପକ୍ଷରୁ ସର୍ବାଧିକ ୫୭ ରନ ସଂଗ୍ରହ କରିଛନ୍ତିି । ଅନ୍ୟମାନଙ୍କ ମଧ୍ୟରେ ୱାଶିଂଟନ ସୁନ୍ଦର ୨୬, ଶୁଭମନ ଗିଲ ୨୧ ଓ ଧ୍ରୁବ ଜୁରେଲ ୧୯ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଗସ ଆଟିକସନ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ଜୋଶ ଟଙ୍ଗ ୩ଟି ୱିକେଟ ନେଇଛନ୍ତି । କ୍ରିସ ୱକସ ଗୋଟିଏ ୱିକେଟ ହାସଲ କରିଛନ୍ତି ।
ଇଂଲଣ୍ଡ ସିରିଜରେ ୨-୧ରେ ଅଗ୍ରଣୀ ରହିଛି । ସିରିଜ ବରାବର କରିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ କରିବା ଜରୁରୀ ହୋଇପଡିଛି । ଟିମ ଇଣ୍ଡିଆର ପ୍ରଥମ ଇନିଂସରେ ବ୍ୟାଟିଂ ପ୍ରଦର୍ଶନ ପ୍ରଶଂସକଙ୍କୁ ନିରାଶ କcରିଛି । ଆଘାତ ସମସ୍ୟା ଭାରତୀୟ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଛି । ରିଷଭ ପନ୍ତ ଓ ଯଶପ୍ରୀତ ବୁମରାହଙ୍କ ଅଭାବ ପରିଲକ୍ଷିତ ହୋଇଛି ।
Comments are closed.