Latest Odisha News

ଯଶସ୍ୱୀଙ୍କ ଆକର୍ଷଣୀୟ ଶତକ: ଭାରତ ୩୩୬/୬

ବିଶାଖପଟନମ: ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଯଶସ୍ୱୀ ଜୈସୱାଲଙ୍କ ଆକର୍ଷଣୀୟ ଅପରାଜିତ ଶତକ ବଳରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଦିବସରେ ୬ ୱିକେଟ ବିନିମୟରେ ୩୩୬ ରନ ସଂଗ୍ରହ କରିଛି । ଯଶସ୍ୱୀଙ୍କ ଏହା ଦ୍ୱିତୀୟ ଟେଷ୍ଟ ଶତକ । ସେ ୧୭୯ ଓ ରବିଚନ୍ଦ୍ରନ ଅଶ୍ୱୀନ ୫ ରନ କରି ନଟଆଉଟ ଅଛନ୍ତି । ଯଶସ୍ୱୀ ଭାରତ ପକ୍ଷରୁ ପ୍ରଥମ ଦିବସରେ ଅଧିକ ରନ କରିଥିବା ଖେଳାଳିଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛନ୍ତି । ସେ ସୁନୀଲ ଗାଭାସ୍କରଙ୍କ ୧୭୯ ରନ ସହ ସମକକ୍ଷ ହୋଇଥିବା ବେଳେ ମହମ୍ମଦ ଆଝାରୁଦ୍ଦିନ (୧୭୫)ଙ୍କୁ ପଛରେ ପକାଇଛନ୍ତି । ଭାରତୀୟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।

BjdElectrycity

ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନଙ୍କୁ ଇଂଲଣ୍ଡ ବୋଲର ଚାପରେ ପକାଇବାରେ ସଫଳ ହୋଇଥିଲେ । ତେବେ ଯଶସ୍ୱୀଙ୍କ ଇନିଂସ ଯୋଗୁ ଭାରତ ଭଲ ସ୍ଥିତିରେ ପଂହଚି ପାରିଥିଲା । ସେ ତାଙ୍କ ଇନିଂସରେ ୧୭ ଚୌକା ଓ ୫ଛକା ମାରିଥିଲେ । ଶୁଭମନ ଗିଲ ୩୪ ଓ ରଜତ ପାଟୀଦାର ୩୨ ରନର ଇନିଂସ ଖେଳିଛନ୍ତି । ଇଂଲଣ୍ଡ ପକ୍ଷରୁ ଶୋଏବ ବସୀର ଓ ରେହାନ ଅହମ୍ମଦ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ରହିଛି । ଭ

Leave A Reply

Your email address will not be published.