ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ ଓ ଭାରତ ଏ କ୍ରିକେଟ ଟିମ ମଧ୍ୟରେ ମଧ୍ୟରେ ଅନଅଫିସିଆଲ ଟେଷ୍ଟ ମ୍ୟାଚ ଖେଳାଯାଉଛି । ପ୍ରଥମ ଟେଷ୍ଟ ବର୍ଷା ଯୋଗୁ ଡ୍ରରେ ସମାପ୍ତ ହୋଇଛି । ତେବେ ଏହି ମ୍ୟାଚରେ ଅଧିନାୟକ ଶ୍ରେୟାଶ ଆୟାରଙ୍କ ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଅଷ୍ଟ୍ରେଲିଆ ଏ ୬ ୱିକେଟ ବିନିମୟରେ ୫୩୨ ରନ କରି ପ୍ରଥମ ଇନିଂସ ଘୋଷଣା କରିଥିଲା । ଜବାବରେ ଭାରତ ଏ ଦଳ ମଧ୍ୟ ଭଲ ପ୍ରଦର୍ଶନ କରି ୭ ୱିକେଟ ବିନିମୟରେ ୫୩୧ ରନ କରିଥିଲା । ଦେବଦତ ପାଡିକଲ ୧୫୦ ଓ ଧ୍ରୁବ ଜୁରେଲ ୧୪୦ ରନ କରିଥିଲେ ।
ଦଳ ନିକଟରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ ପାଇଁ ସୁଯୋଗ ଥିଲେ ମଧ୍ୟ ଶ୍ରେୟାଶ ଇନିଂସ ଘୋଷଣା କରିଥିଲେ । ଯାହା ସମସ୍ତଙ୍କୁ ଚକିତ କରିଛି । ଏହା ପରେ ବର୍ଷା ହୋଇଥିଲା । ଶ୍ରେୟାଶଙ୍କୁ ତରବରିଆ ଇନିଂସ ଘୋଷଣା କରିବାରେ କିଛି ଫାଇଦା ମିଳି ନ ଥିଲା । ଅଷ୍ଟ୍ରେଲିଆ ଏ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନ ହରାଇ ୫୬ ରନ କରିଥିଲା । ମ୍ୟାଚ ଡ୍ରରେ ଶେଷ ହୋଇଥିଲା । ସେପ୍ଟମ୍ବର ୨୩ରେ ଲକ୍ଷ୍ନୌରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।
Comments are closed.