Latest Odisha News

BREAKING NEWS

ଆଇପିଏଲ ଯୋଗୁ ଇଣ୍ଡିଆ ଏ ଟିମ ଚୟନ ନେଇ ଦ୍ୱନ୍ଦ୍ୱରେ ବିସିସିଆଇ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ଶେଷ ହେଉ ହେଉ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ଟେଷ୍ଟ ସିରିଜ ଖେଳାଯିବ । ଏହା ପୂର୍ବରୁ ଟିମ ଇଣ୍ଡିଆ ସେଠାରେ ୨ଟି ଅଭ୍ୟାସ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି । ଭାରତ ଏ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ୨ଟି ୪ ଦିବସୀୟ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ୩୦ ମେରୁ ୨ ଜୁନ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମ୍ୟାଚ ୬ରୁ ୯ ଜୁନ ପର୍ଯ୍ୟନ୍ତ ଯଥାକ୍ରମେ କ୍ୟାଟେରବେରୀ ଓ ନର୍ଥମ୍ପଟନରେ ଖେଳାଯିବ । ଆଇପିଏଲ ଫାଇନାଲ ଶେଷ ହେବା ପରେ ଏହି ମ୍ୟାଚ ପାଇଁ ମାତ୍ର ୪ ଦିନର ସମୟ ହାତରେ ରହିଛି । ଫଳରେ ଟିମ ଚୟନ ନେଇ ବିସିସିଆଇ ଅଡୁଆରେ ପଡିଛି ।

ଆଇପିଏଲ ଫାଇନାଲରେ ପବେଶ କରିଥିବା ଟିମର ଖେଳାଳିମାନେ ଅଭ୍ୟାସ ମ୍ୟାଚରେ ଯୋଗଦେବା ସମ୍ଭବପର ଲାଗୁନି । ମେ ୧୮ ସୁଦ୍ଧା ଗ୍ରୁପ ପର୍ଯ୍ୟାୟ ସରି ଯାଇଥିବ । ଏହା ମଧ୍ୟରୁ କିଛି ଖେଳାଳିଙ୍କୁ ଚୟନ କରାଯାଇପାରେ । ଟେଷ୍ଟ ଟିମର ସମ୍ଭାବିତ ଖେଳାଳିଙ୍କୁ ଏହି ଅଭ୍ୟାସ ମ୍ୟାଚରେ ସୁଯୋଗ ଦିଆଯିବା ନେଇ ମଧ୍ୟ ବୋର୍ଡ ଅଡୁଆରେ ରହିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏଥିପାଇଁ ଚୟନ କରାଯିବା ନେଇ ଆଲୋଚନା ଚାଲିଛି ।

ବିିସିସିଆଇ ଚାହୁଁଛି ଖେଳାଳିମାନେ ଯଥା ଶୀଘ୍ର ଇଂଲଣ୍ଡରେ ପଂହଚି ସେଠାକାର ପରିସ୍ଥିତି ସହ ଅଭ୍ୟସ ହୁଅନ୍ତି । କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଉପରେ ସବୁ କିଛି ନିର୍ଭର କରୁଛି । ଅଭ୍ୟାସ ମ୍ୟାଚ ବିନା ପ୍ରଥମ ଟେଷ୍ଟ ଖେଳିବା ଟିମ ଇଣ୍ଡିଆକୁ ଅଡୁଆରେ ପକାଇବା ଆଶଙ୍କା ସୃଷ୍ଟି କରୁଛି ।

Leave A Reply

Your email address will not be published.