ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତ ଏ ଦଳ କ୍ୟାଟେଂରୀବରି ଓ ନର୍ଥଥାମ୍ପଟନ ବିପକ୍ଷରେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବ । ଏଥିପାଇଁ ଅଭିମନ୍ୟୁ ଈଶ୍ୱରନଙ୍କ ନେତୃତ୍ୱରେ ଭାରତ ଏ ଦଳର ଘୋଷଣା କରାଯାଇଛି । ଦୀର୍ଘ ସମୟ ଧରି ଦଳକୁ ଫେରିବା ପାଇଁ ଅପେକ୍ଷା କରିଥିବା କରୁଣ ନାୟାରଙ୍କୁ ସୁଯୋଗ ମିଳିଛି । କରୁଣ ଇଂଲଣ୍ଡ ବିପକ୍ଷରେ ତ୍ରିଶତକ ମାରିଥିଲେ । ପ୍ରଥମ ମ୍ୟାଚ ମେ ୩୦ରୁ ଆରମ୍ଭ ହେବ । ଦ୍ୱିତୀୟ ମୁକାବିଲା ଜୁନ ୬ରୁ ଖେଳାଯିବ । ଏହି ମ୍ୟାଚ ପରେ ଶୁଭମନ ଗିଲ ଓ ସାଈ ସୁଦର୍ଶନ ଦଳ ସହିତ ଯୋଗ ଦେବେ ।
ଭାରତ ଏ ପକ୍ଷରୁ ଏହି ଗସ୍ତରେ ଭଲ ପ୍ରଦର୍ଶନ କରିଥିବା ଯୁବ ଖେଳାଳିଙ୍କୁ ଆବଶ୍ୟକ ପଡିଲେ ଟିମ ଇଣ୍ଡିଆରେ ସୁଯୋଗ ମିଳିପାରେ ।
ଭାରତ ଏ ଟିମ:ଅଭିମନ୍ୟୁ ଈଶ୍ୱରନ (ଅଧିନାୟକ), ଯଶସ୍ୱୀ ଜୈସୱାଲ, କରୁଣ ନାୟାର, ଧ୍ରୁବ ଜୁରେଲ, ନୀତିଶ କୁମାର ରେଡ୍ଡୀ, ଶାର୍ଦ୍ଦୁଳ ଠାକୁର, ଈଶାନ କିଶାନ, ମାନବ ସୁଥାର, ତନୂଶ କୋଟିୟାନ, ମୁକେଶ କୁମାର, ଆକାଶଦୀପ, ହର୍ଷିତ ରାଣା, ଅଂଶୁଳ କମ୍ବୋଜ ଖଲୀଲ ଅହମ୍ମଦ, ରିତୁରାଜ ଗାଏକ୍ୱାଡ, ସର୍ଫରାଜ ଖାଁ, ତୁଷାର ଦେଶପାଣ୍ଡେ ଓ ହର୍ଷ ଦୁବେ ।
Comments are closed.