ନୂଆଦିଲ୍ଲୀ: ଭାରତ ଏ କ୍ରିକେଟ ଟିମ ସେପ୍ଟମ୍ବର ୩୦ରୁ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଏଥିପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଦୁଇ ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଖେଳିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ସେ ଭଳି କିଛି ହୋଇ ନାହିଁ । ଉଭୟ ଖେଳାଳିଙ୍କୁ ଭାରତ ଏ ଦଳରେ ସ୍ଥାନ ଦିଆଯାଇ ନାହିଁ । ଅଭିଷେକ ଶର୍ମାଙ୍କୁ ସୁଯୋଗ ମିଳିଛି । ଭାରତ ଏ ଟିମରୁ କିଛି ଫର୍ମରେ ଥିବା ଖେଳାଳିଙ୍କୁ ସୁଯୋଗ ମିଳିନି । ରଜତ ପାଟୀଦାର, ରିତୁରାଜ ଗାଏକ୍ୱାଡ ଓ ଈଶାନ କିଶାନ ଘୋଷିତ ଦଳରେ ସ୍ଥାନ ପାଇ ନାହାନ୍ତି । ରୋହିତ, କୋହଲି ନ ଖେଳିବା ଏବଂ ଅଭିଷେକଙ୍କୁ ସୁଯୋଗ ଦେବା ପରୋକ୍ଷରେ ହିଟମ୍ୟାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରୋହିତଙ୍କୁ ସୁଯୋଗ ମିଳିବ କି ନାହିଁ ତାହା ଦେଖିବା କଥା ।
ପ୍ରଥମ ଦିନିକିଆ ପାଇଁ ଭାରତୀୟ ଟିମ: ଶ୍ରେୟାଶ ଆୟାର, ପ୍ରଭସିମ୍ରନ ସିଂ, ରିୟାନ ପରାଗ, ଆୟୂଷ ବଡାନୀ, ସୂର୍ଯ୍ୟାଶ ଶେଡଗେ, ବିପ୍ରଜ ନିଗମ, ନିଶାନ୍ତ ସିନ୍ଧୁ, ଗୁରୁଜପନୀତ ସିଂ, ଯୁଦ୍ଧବୀର ସିଂ, ରବି ବିଶ୍ନୋଇ, ଅଭିଷେକ ପୋରେଲ, ପ୍ରିୟାଂଶ ଆଚର୍ଯ୍ୟ ଓ ସିମ୍ରନଜିତ ସିଂ ।
ଦ୍ୱିତୀୟ ଦିନିକିଆ ପାଇଁ ଭାରତୀୟ ଦଳ: ଶ୍ରେୟାଶ ଆୟାର (ଅଧିନାୟକ), ତିଳକ ବର୍ମା, ଅଭିଷେକ ଶର୍ମା, ପ୍ରଭସିମ୍ରନ ସିଂ, ରିୟାନ ପରାଗ, ଆୟୂଷ ବଡାନୀ, ସୂର୍ଯ୍ୟାଶ ଶେଡଗେ, ବିପ୍ରଜ ନିଗମ, ନିଶାନ୍ତ ସିନ୍ଧୁ, ଗୁରୁଜପନୀତ ସିଂ, ଯୁଦ୍ଧବୀର ସିଂ, ରବି ବିଶ୍ନୋଇ, ଅଭିଷେକ ପୋରେଲ, ହର୍ଷିତ ରାଣା ଓ ଅର୍ଶଦୀପ ସିଂ ।
Comments are closed.