Latest Odisha News

BREAKING NEWS

ଭାରତ ଏ ଦଳ ଘୋଷିତ: ରୋହିତ, କୋହଲିଙ୍କୁ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ ବିପକ୍ଷ ଦିିନିକିଆ କ୍ରିକେଟ ସିରିଜ ପାଇଁ ଭାରତ ଏ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲି ଏହି ସିରିଜରେ ଖେଳିବେ ବୋଲି ଅନୁମାନ କରାଯାଉଥିଲା । ତେବେ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । କୋହଲି, ରୋହିତ ଏବଂ ଶ୍ରେୟାଶ ଆୟାରଙ୍କୁ ଦଳରେ ସ୍ଥାନ ମିଳିନି । ଏହି ସିରିଜ ମାଧ୍ୟମରେ ଦୁଇ ସିନିୟର ଖେଳାଳି ଫର୍ମକୁ ଫେରିବା ଯୋଜନାରେ ଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଶ୍ରେୟାଶଙ୍କୁ ଅଷ୍ଟ୍ରେଲିଆ ଏ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଦଳରେ ସୁଯୋଗ ଦିଆ ଯାଇଥିବା ବେଳ ଦିିନିକିଆରୁ ବାଦ ଦିଆଯାଇଛି । ପ୍ରଥମ ମ୍ୟାଚ ପାଇଁ ରଜତ ପାଟୀଦାରଙ୍କୁ ଅଧିନାୟକ କରାଯାଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ତିଳକ ବର୍ମା ଦଳର ନେତୃତ୍ୱ ନେବେ ।

ପ୍ରଥମ ମ୍ୟାଚ ପାଇଁ ଦଳ: ରଜତ ପାଟୀଦାର (ଅଧିନାୟକ), ପ୍ରଭସିମ୍ରନ ସିଂ, ରିୟାନ ପରାଗ, ଆୟୂଷ ବଡାନୀ, ସୂର୍ଯ୍ୟାଶ ଶେଡଗେ, ବିପ୍ରଜ ନିଗମ, ନିଶାନ୍ତ ସିନ୍ଧୁ, ଗୁରୁଜାପନୀତ ସିଂ, ଯୁଦ୍ଧବୀର ସିଂ, ରବି ବିଶ୍ନୋଇ, ଅଭିଷେକ ପାରୋଲ, ପ୍ରିୟାଂଶ ଆର୍ଯ୍ୟ ଓ ସିମ୍ରନଜିତ ସିଂ ।
ଦ୍ୱିତୀୟ ମ୍ୟାଚ ପାଇଁ ଦଳ: ତିଳକ ବର୍ମା (ଅଧିନାୟକ), ରଜତ ପାଟୀଦାର, ଅଭିଷେକ ଶର୍ମା, ପ୍ରଭସିମ୍ରନ ସିଂ, ରିୟାନ ପରାଗ, ଆୟୂଷ ବଡାନୀ,ସୂର୍ଯ୍ୟାଶ ଶେଡଗେ, ବିପ୍ରଜ ନିଗମ, ନିଶାନ୍ତ ସିନ୍ଧୁ, ଗୁରୁଜାପନୀତ ସିଂ, ଯୁଦ୍ଧବୀର ସିଂ, ରବି ବିଶ୍ନୋଇ, ଅଭିଷେକ ପାରୋଲ, ହର୍ଷିତ ରାଣା ଓ ଅର୍ଶଦୀପ ସିଂ ।

Comments are closed.