Latest Odisha News

BREAKING NEWS

ଦିନକରେ ଦିଆଗଲା ରେକର୍ଡ ୮୮ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: କୋଭିଡ୍ ଟିକାକରଣରେ ଭାରତରେ ଆଉ ଏକ ମାଇଲଖୁଣ୍ଟ । ଦିନକରେ ରେକର୍ଡ ୮୮ ଲକ୍ଷ ଡୋଜ୍ ଟିକା ଲୋକଙ୍କୁ ଦିଆଯାଇଛି । ଯାହାକି ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ ଟିକାକରଣ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଗତକାଲି ସାରା ଦେଶରେ ୮୮ଲକ୍ଷ ୧୩ ହଜାରରୁ ଅଧିକ ଡୋଜ୍ ଟିକାକରଣ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ୫୫କୋଟି ୪୭ ଲକ୍ଷ ଲୋକ କୋଭିଡ୍ ଟିକା ନେଇସାରିଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଭଳି ରାଜ୍ୟ ୧୮-୪୪ ବର୍ଷ ବର୍ଗରେ କୋଟିଏରୁ ଅଧିକ ଲୋକଙ୍କୁ ଟିକା ଦେଲେଣି । ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନ ।

Leave A Reply

Your email address will not be published.