Latest Odisha News

BREAKING NEWS

ବାକି ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ସାମିଲ ହେଲେ ଏହି ଷ୍ଟାର ଅଲରାଉଣ୍ଡର

ବେଙ୍ଗାଲୁର: ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହେବା ପରେ ଟିମ ଇଣ୍ଡିଆ ବାକି ୨ଟି ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ରବିବାର ବିସିସିଆଇ ଏହି ୨ଟି ମ୍ୟାଚ ପାଇଁ ଦଳ ଘୋଷଣା କରିଛି । ଚୂଡାନ୍ତ ଦଳୋ ବିଶେଷ ପରିବର୍ତନ ହୋଇ ନ ଥିଲେ ମଧ୍ୟ ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରାଯାଇଛି । ଅକ୍ଟୋବର ୨୪ରେ ପୁଣେରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଦଳରେ ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ଥିବା ବେଳେ ଏବେ ୱାଶିଂଟନ ସାମିଲ ହୋଇଛନ୍ତି ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ ବୁମରାହ, ଯଶସ୍ୱୀ ଜୈସୱାଲ, ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ସର୍ଫରାଜ ଖାଁ, ରିଷଭ ପନ୍ତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୂଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶଦୀପ ଓ ୱାଶିଂଟନ ସୁନ୍ଦର ।

Leave A Reply

Your email address will not be published.