Latest Odisha News

BREAKING NEWS

ଟେବୁଲ ଟେନିସ କ୍ୱାର୍ଟର ଫାଇନାଲରେ ଭାରତୀୟ ମହିଳା ଟିମ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସ ବିଭାଗରେ ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ନିରାଶ କରିବା ପରେ ଏବେ ଟିମ ଇଭେଂଟରେ ପଦକ ଆଶା ସୃଷ୍ଟି କରିଛନ୍ତି । ଭାରତ ମହିଳା ଟିମ ଇଭେଂଟରେ ୩-୨ରେ ରୋମାନିଆକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ ଭାରତ ଟିମ ଇଭେଂଟରେ ଅଂଶ ଗ୍ରହଣ କରୁଛି । ଶ୍ରୀଜା ଆକୁଲା ଓ ଅର୍ଚ୍ଚନା କାମଥ ଯୋଡି ଡବଲ୍ସରେ ଆଡିନା ଡିଆକୋନୁ ଓ ଏଲିଜାବେଥ ସାମରାଙ୍କୁ ୧୧-୯, ୧୨-୧୦ ଓ ୧୧-୭ରେ ପରାସ୍ତ କରିଥିଲେ । ଏହା ପରେ ମନିକା ୧୧-୫, ୧୧-୭ ଓ ୧୧-୭ରେ ବର୍ଣ୍ଣାଟେଜ ଜୋକ୍ସଙ୍କୁ ପରାସ୍ତ କରି ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ ।

ଶ୍ରୀଜା ଆକୁଲା ଓ ଅର୍ଚ୍ଚନା ଏହା ପରେ ସେମାନଙ୍କ ମ୍ୟାଚ ଯଥାକ୍ରମେ ସାମରା ଓ ଜୋକ୍ସଙ୍କ ନିକଟରୁ ହାରିଯିବା ଫଳରେ ମ୍ୟାଚ ୨-୨ ସମାନ ସ୍ଥିତିକୁ ଆସି ଯାଇଥିଲା । ନିର୍ଣ୍ଣାୟକ ମୁକାବିଲାରେ ଅଭିଜ୍ଞ ମନିକା କୌଣସି ଭୁଲ ନ କରି ୧୧-୫, ୧୧-୯ ଓ ୧୧-୯ରେ ଡିଆକୋନୁଙ୍କ ପରାସ୍ତ କରି ଭାରତକୁ ବିଜୟୀ କରାଇଥିଲେ । ଟିମ ଇଣ୍ଡିଆ କ୍ୱାର୍ଟରରେ ଜର୍ମାନୀ ଓ ଆମେରିକା ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାଙ୍କୁ ଭେଟିବ ।

Comments are closed.