Latest Odisha News

BREAKING NEWS

କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସୋନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସୋନ ବ୍ୟବହାରକୁ ଅନୁମତି ମିଳିଛି । ଗମ୍ଭୀର ଓ ମଧ୍ୟମ ଧରଣର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହା ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବେ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯିବ ।

ବିଶେଷକରି ଯେଉଁ ରୋଗୀମାନେ ଅକ୍ସିଜେନ ସର୍ପୋଟ ଆବଶ୍ୟକ କରୁଛନ୍ତି ସେମାନଙ୍କ ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯିବ ବୋଲି କୁହ।ଯ।ଇଛି । ଡେକ୍ସାମେଥାସୋନ ଏକ ଲୋକଷ୍ଟ ଷ୍ଟେରଏଡ୍ । ଏହା ବିଶେଷକରି ଯନ୍ତ୍ରଣା କମାଇବା ପାଇଁ ଆର୍ଥାରାଇଟିସ୍ ଭଳି ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କର।ଯାଇଥାଏ । କିନ୍ତୁ ଏବେ ଏହାକୁ ଗମ୍ଭୀର ଥିବା କରୋନା ରୋଗୀମାନଙ୍କ ପାଇଁ ଅର୍ଥାତ ଅକ୍ସିଜେନ୍ ସର୍ପୋଟରେ ଥିବା ରୋଗୀ ବା ଅଧିକ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଏହା ଗମ୍ଭୀର ଭାବେ ସଂକ୍ରମିତ କରୋନା ରୋଗୀଙ୍କ କ୍ଷେତ୍ରରେ ଜୀବନ ରକ୍ଷାକାରୀ ହୋଇଥିବା ବ୍ରିଟିଶ୍ କ୍ଲିନିକାଲ ଟ୍ରାଏଲରୁ ଜଣାଡିଛି । ଏହି ତଥ୍ୟକୁ ଆଧାର କରି ଏହାକୁ ଅଧିକରୁ ଅଧିକ ଉତ୍ପାଦନ କରିବା ପ।ଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କୋଭିଡ୍‌-୧୯ର କ୍ଲିନିକାଲ ମ୍ୟାନେଜମେଂଟ ପ୍ରୋଟୋକଲରେ କେତେକ ପରିବର୍ତନ କରିଛନ୍ତି । କେଉଁ ଆଧାରରେ ସ୍ୱାସ୍ଥ୍ୟ କର୍ମୀ କାର‌୍ୟ୍ୟ କରିବେ ସେ ନେଇ ଏକ ଡକ୍ୟୁମେଂଟ ମଧ୍ୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.