ନୂଆଦିଲ୍ଲୀ: ଭାରତ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଖେଳିବ । ରିପୋର୍ଟ ମୁତାବକ ଭାରତର ଦୁଇ ଅଭିଜ୍ଞ ଖେଳାଳି ଯଶପ୍ରୀତ ବୁମରାହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇ ପାରେ । ୨୦୨୬ର ବ୍ୟସ୍ତବହୂଳ କାର୍ଯ୍ୟସୂଚୀକୁ ଦେଖି ବିସିସିଆଇ ଖେଳାଳିଙ୍କ ଉପରୁ ୱାର୍କଲୋଡ କମାଇବା ପାଇଁ ଯୋଜନା କରୁଛି । ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଖେଳାଯିବ । ଟି୨୦ ସିରିଜଗୁଡିକରେ ବିଶ୍ୱକପ ପାଇଁ ମନୋନୀତ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଉଛି ।
ସୂଚନାଯୋଗ୍ୟ, ଫେବୃୟାରୀ ୭ରୁ ଟି୨୦ ବିଶ୍ୱକପ ଆରମ୍ଭ ହେବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଜାନୁୟାରୀ ପ୍ରଥମ ସପ୍ତାହରେ ଭାରତୀୟ ଦଳର ଘୋଷଣା କରାଯିବ । ଜାନୁୟାରୀ ୧୧ରେ ପ୍ରଥମ, ୧୪ରେ ଦ୍ୱିତୀୟ ୧୮ରେ ତୃତୀୟ ଦିିନିକିଆ ଖେଳାଯିବ । ୱିକେଟକିପର ବ୍ୟାଟ୍ସମ୍ୟାନ ଏହି ଦଳରେ ସ୍ଥାନ ପାଇବା କଷ୍ଟକର ହୋଇ ପଡିଛି । ତାଙ୍କ ସ୍ଥାନରେ ଈଶାନ କିଶାନ କିମ୍ବା ଜିତେଶ ଶର୍ମାଙ୍କୁ ସୁଯୋଗ ମିଳିପାରେ । ବୁମରାହ ୨୦୨୩ ଦିିନିକିଆ ବିଶ୍ୱକପ ପରେ ଆଉ କୌଣସି ଦିନିକିଆ ମ୍ୟାଚ ଖେଳି ନାହାନ୍ତି ।