Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ୨ୟ ଟି-୨୦, ସିରିଜ ବରାବର ଲକ୍ଷ୍ୟରେ ବିରାଟ ସେନା

ମେଲବର୍ନ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ମେଲବର୍ନରେ ଆଜିର ମ୍ୟାଚ ଅନୁଷ୍ଠିତ ହେବ । ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ହାରିବା ପରେ ଭାରତୀୟ ଖେଳାଳୀ ସିରିଜ ବରାବର ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ ।

ଅନ୍ୟପକ୍ଷରେ ଏହି ମ୍ୟାଚକୁ ଜିତି ପୁଣିଥରେ ଫର୍ମକୁ ଫେରିବା ପାଇଁ ଭାରତୀୟ ଦଳ ୧-୦ରେ ଲିଡ୍ କରୁଥିବା ଅଷ୍ଟ୍ରେଲିଆ ଦଳକୁ କଡା ଟକ୍କର ଦେବାକୁ ଜୋରଦାର ପ୍ରୟାସ କରିବ । ଯଦି ଆଜିର ମ୍ୟାଚରେ ଭାରତୀୟ ଦଳ ଖରାପ ପ୍ରଦର୍ଶନ କରି ହାରିଯାଏ ତେବେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ଦଳ ହାତଛଡା କରିଦେବେ ।

ଏହି ମ୍ୟାଚରେ କ୍ୟାପଟେନ୍ ବିରାଟ କୋହଲିଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିବ । ଏଥିସହିତ ଟିମ୍ରେ କିଛିଟା ପରିବର୍ତ୍ତନ କରାଯାଇ ମେଲବର୍ନ ମ୍ୟାଚରେ ୩ଜଣ ସ୍ପିନର ଖେଳିବା ନେଇ କ୍ୟାପଟେନ୍ କୋହଲି ଆଭାସ ଦେଇଛନ୍ତି । କୃଣାଳ ପାଣ୍ଡ୍ୟାଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ରଖିବ । ତଥାପି ଏହି ମୁକାବିଲା ଜିତିବା ପାଇଁ ଦଳକୁ କଠିନ୍ ପରିଶ୍ରମ କରିବାକୁ ପଡିବ ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମଧ୍ୟ ନିଜର ଜଲୱା ପ୍ରଦର୍ଶନ କରି ଭାରତ ବିପକ୍ଷରେ ଏହି ମାଚ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ୍, ଋଷଭ ପନ୍ତ୍, ୟୁଜ୍ବେନ୍ଦ୍ର ଚହଲ୍/ଖଲିଲ ଅହମ୍ମଦ, ଭୁବନେଶ୍ୱର କୁମାର, ଦୀନେଶ କାର୍ତିକ, କ୍ରୁନାଲ ପାଣ୍ଡ୍ୟ, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, ଲୋକେଶ ରାହୁଲ ।

Leave A Reply

Your email address will not be published.