Latest Odisha News

BREAKING NEWS

ଏସିଆନ ପାରା ଗେମ୍ସ: ଦ୍ୱିତୀୟ ଦିବସରେ ଭାରତକୁ ୧୮ ପଦକ

ହାଙ୍ଗଝୋଉ: ପାରା ଏସିଆନ ଗେମ୍ସର ଦ୍ୱିତୀୟ ଦିବସରେ ଭାରତୀୟ ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ କରି ୪ ସ୍ୱର୍ଣ୍ଣ ସମେତ ୧୮ ପଦକ ଜିତିଛନ୍ତି । ପ୍ରଥମ ଦିବସରେ ଭାରତ ୧୭ ପଦକ ହାସଲ କରିଥିଲେ । ପ୍ରାଚୀ କାନୋଇ କେଏଲ୨ ଇଭେଂଟରେ ସ୍ୱର୍ଣ୍ଣ ଜିତିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ଟି୨୦ ୪୦୦ ମିଟରରେ ଦୀପ୍ତି ଜୀବନଜୀ, ପୁରୁଷ ଟି୧୩ ୫୦୦୦ ମିଟରରେ ଶରଥ ଶଙ୍କରପ୍ପା ଓ ନୀରଜ ଯାଦବ ପୁରୁଷ ଏଫ୫୪/୫୫/୫୬ ଡିସକସ ଥ୍ରୋରେ ସ୍ୱର୍ଣ୍ଣ ଜିତିଥିଲେ । ଡିସକସ ଥ୍ରୋରେ ଭାରତ ସମସ୍ତ ପଦକ ହାସଲ କରିଛି । ଭାରତର ୩୧୩ ପାରା ଆଥଲେଟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏଥର ଭାରତ ୧୦୦ ପଦକ ହାସଲ ଲକ୍ଷ୍ୟରେ ରହିଛି ।

୨୨ଟି ଗେମରୁ ଭାରତ ୧୭ରେ ଅଂଶଗ୍ରହଣ କରିଛି । ରୋଇଂ, କାନୋଇଂ, ଲନ ବାଉଲ, ଟାଏକୋଣ୍ଡୋ ଓ ବ୍ଲାଇଣ୍ଡ ଫୁଟବଲରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ଅଂଶଗ୍ରହଣ କରୁଛି । ୨ ଦିନରେ ୩୫ ପଦକ ଜିତି ସାରିଥିବାରୁ ମିଶନ ୧୦୦ ପଦକ ଲକ୍ଷ୍ୟ ପାର କରିନେବ ବୋଲି କ୍ରୀଡାପ୍ରେମୀ ଆଶାୟୀ ଅଛନ୍ତି ।

Comments are closed.