ନୂଆଦିଲ୍ଲୀ: ଚୀନରେ ଭାରତ ଉଡାଉଛି ତାର ଜାତୀୟ ଧ୍ଵଜା । ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ସୁଟିଂରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣିମ ସଫଳତା । ସୁଟିଂରେ ପୁରୁଷ ଟ୍ରାପ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ତେବେ ସମାନ ବର୍ଗରେ ମହିଳା ଟିମ୍ ଆଣିଛନ୍ତି ରୌପ୍ୟ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୪୧ରେ ପହଁଚିଛି । ଏପର୍ଯ୍ୟନ୍ତ ଭାରତ ୧୧ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ, ୧୪ଟି ବ୍ରୋଞ୍ଜ ପଦକ ହାସଲ କରି ତାଲିକାର ୪ର୍ଥ ସ୍ଥାନରେ ରହିଛି ।
ପୁରୁଷ ଟ୍ରାପ ଇଭେଣ୍ଟରେ କାଇନାନ ଚେନାଇ, ଜୋରାଭର ସିଂହ, ପୃଥ୍ବୀରାଜ ଟୋଣ୍ଡାଇମାନ ୩୬୧ସ୍କୋର ସହ ରେକର୍ଡ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ସମାନ ବଙଗର ମହିଳା ଟ୍ରାପ୍ ଟିମ୍ ଇଭେଣ୍ଟରେ ମଧ୍ୟ ଭାରତ ରୌପ୍ୟ ପଦକ ଜିତିଛି ।
ଅନ୍ୟପକ୍ଷରେ ମହିଳା ଗଲ୍ଫରେ ଅଦିତି ଅଶୋକ ରୌପ୍ୟ ଜିତିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ସେ ଏସିଆଡ୍ରେ ପଦକ ଜିତିଛନ୍ତି । ଏସୀୟ କ୍ରୀଡ଼ାରେ ସୁଟିଂରେ କମାଲ କରିଛନ୍ତି ଭାରତୀୟ ଦଳ । ସୁଟିଂରେ ଭାରତ ହାତେଇଛି ସର୍ବାଧିକ ପଦକ ।
Comments are closed.