Latest Odisha News

BREAKING NEWS

୫୫ ବର୍ଷ ପରେ ଭାରତରୁ ବାଂଲାଦେଶକୁ ଗଡ଼ିବ ଟ୍ରେନ୍, ୧୭ ତାରିଖରେ ଉଦଘାଟନ କଲେ ମୋଦି-ହସିନା

ନୂଆଦିଲ୍ଲୀ : ଦୀର୍ଘ ୫୫ ବର୍ଷ ଅପେକ୍ଷାର ଅନ୍ତ ହେବ । ଭାରତ-ବାଙ୍ଗଲାଦେଶ ମଧ୍ୟରେ ପୁଣି ଥରେ ଆରମ୍ଭ ହେବ ସୀମା ପାର ରେଳ ସେବା । ଆସନ୍ତା ୧୭ତାରିଖରେ ପଶ୍ଚିମବଙ୍ଗର ହଲଦିବାରୀ ଓ ବାଂଲାଦେଶର ଚିଲହାଟି ମଧ୍ୟରେ ରେଳ ମାର୍ଗର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ରାଷ୍ଟ୍ରପତି ଶେଖ ହସିନା । ଉତ୍ତର-ପୂର୍ବ ରେଳ ବିଭାଗ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଚିରହାଟୀରୁ ହାଲଡିବାରୀ ପର୍ଯ୍ୟନ୍ତ ପ୍ରଥମେ ଏକ ମାଲବାହୀ ଟ୍ରେନ୍ ଚଳାଚଳ କରିବ । ଭାରତ-ବାଂଲାଦେଶ ମଧ୍ୟରେ ରେଳ ମାର୍ଗ ଉଦଘାଟନ ସମ୍ପର୍କରେ ମଙ୍ଗଳବାର ଦିନ ରେଲଓ୍ୱା ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା । ୧୯୬୫ ମସିହାରେ ଭାରତ ଓ ପୂର୍ବ ପାକିସ୍ତାନ ମଧ୍ୟରେ ରେଳ ସଂଯୋଗ ଭାଙ୍ଗିବା ପରେ କୁଚ୍ ବିହାରର ହଲଡିବାଡିଠାରୁ ଉତ୍ତର ବାଂଲାଦେଶର ଚିଲହାଟି ଯାଏ ରେଳ ଲାଇନ ଖରାପ ହୋଇଯାଇଥିଲା ।

ଅନ୍ତର୍ଜାତୀୟ ସୀମାଠାରୁ ହଲଦିବାଡ଼ି ରେଳ ଷ୍ଟେସନର ଦୂରତା ୪.୫ କିଲୋମିଟର । ସେହିପରି ଜିରୋ ପଏଣ୍ଟଠାରୁ ବାଂଲାଦେଶର ଚିଲହାଟୀର ଦୂରତା ୭.୫ କିଲୋମିଟର । ବର୍ତ୍ତମାନର ବାଂଲାଦେଶର ଅଞ୍ଚଳ ଦେଇ ଯାଇଥିବା ସିଲିଗୁରି ଏବଂ କୋଲକାତା ମଧ୍ୟରେ ଥିବା ପୁରୁଣା ବ୍ରଡ ଗେଜ୍ ରେଳ ମାର୍ଗରେ ଉଭୟ ହଲଦିବାଡ଼ି ଓ ଚିଲହାଟି ଷ୍ଟେସନ ଥିଲା । ଏହି ରୁଟରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କଲେ କୋଲକାତରୁ ଜଲପାଇଗୁଡ଼ିକୁ ମାତ୍ର ୭ଗଣ୍ଟା ଲାଗିବ । ପୂର୍ବରୁ ୧୨ ଘଣ୍ଟା ସମୟ ଲାଗୁଥିଲା ।

Leave A Reply

Your email address will not be published.