ପୁଣେ: ଗୁରୁବାର ବାଂଲାଦେଶ ବିପକ୍ଷ ଦିନିକିଆ ବିଶ୍ବକପ୍ ମ୍ୟାଚରେ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ କ୍ୟାଚ୍ ଧରିବା ପରେ ଭାରତୀୟ ଦଳ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଖାସ କରି କିଏ ଭଲ ଫିଲଡିଂ ପାଇଁ ପଦକ ପାଇବ ସେ ନେଇ ଏକ ପ୍ରତିଯୋଗିତା ଚାଲିଛି।
ଜାଦେଜା ଡାହାଣ ପଟକୁ ଡାଇଭ୍ ମାରି ମୁଶଫିକର ରହିମଙ୍କୁ 38 ରନରେ ଫେରାଇ ଦେଇଥିବା ବେଳେ ରାହୁଲ ଡାହାଣ ପଟକୁ ଡାଇଭ୍ ମାରି ମେହେଦି ହାସନ୍ ମିରାଜଙ୍କ ଏକ ଚମତ୍କାର କ୍ୟାଚ୍ ନେଇଥିଲେ।
ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ବିଶ୍ବକପର ଦିନିକିଆର ଶ୍ରେଷ୍ଠ ଫିଲ୍ଡର ପାଇଁ ମେଡାଲ ପ୍ରଚଳନ କରିଥିବା ବେଳେ ଉଭୟ ଜାଡେଜା ଓ ରାହୁଲ ଚମତ୍କାର କ୍ୟାଚ୍ ଧରିବା ପରେ କିଏ ଏହି ମେଡାଲ ଆଜି ଜିତିବ ତାହା ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ବ୍ୟକ୍ତିଗତ ପୁରସ୍କାର ଜିତିବା ଅପେକ୍ଷା ଦଳର ବିଜୟକୁ ନେଇ ଉଭୟ ଖେଳାଳି ଅଧିକ ଚିନ୍ତିତ ବୋଲି ତାଙ୍କ ଖେଳୁଆଡ ମନୋଭାବରୁ ଜଣାପଡ଼ିଛି। ଜାଡେଜା କ୍ୟାଚ୍ ଧରିବା ପରେ ରାହୁଲଙ୍କୁ ଆଲିଙ୍ଗନ କରିଥିଲେ, ଉଭୟ ଖେଳାଳିଙ୍କୁ ସାଥୀ ଖେଳାଳି ଓ କୋଚିଂ ଷ୍ଟାଫ୍ ପ୍ରଶଂସା କରିଛନ୍ତି।
Comments are closed.