Latest Odisha News

BREAKING NEWS

ଆଉ ଭାରତର ଏସଜି କମ୍ପାନୀର ବ୍ୟାଟ ବ୍ୟବହାର କରିପାରିବେନି ବାଂଲାଦେଶ ଖେଳାଳି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବ କ୍ରୀଡା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଆଇପିଏଲରୁ ମୁସ୍ତାଫିଜୁର ରହେମାନଙ୍କୁ ବାହାର କରାଯିବା ପରେ ବାଂଲାଦେଶ ଆଇପିଏଲ ପ୍ରସାରଣ ଉପରେ ରୋକ ଲଗାଇଛି । ଭାରତର ପ୍ରତିଷ୍ଠିତ ବ୍ୟାଟ ପ୍ରସ୍ତୁତକାରୀ କମ୍ପାନୀ ଏସଜି ଏବେ ବାଂଲାଦେଶ ଖେଳାଳି ଏହାକୁ ବ୍ୟବହାର କରିପାରିବେନି ବୋଲି କଟକଣା ଜାରୀ କରିଛି । ବାଂଲାଦେଶର ଅଧିକାଂଶ ବ୍ୟାଟ୍ସମ୍ୟାନ ଏସଜି ବ୍ୟାଟ ବ୍ୟବହାର କରିଥାନ୍ତି ।

ଟି୨୦ ବିଶ୍ୱକପ ପାଇଁ ଅଧିନାୟକ ନିଯୁକ୍ତ ହୋଇଥିବା ଲିଟନ ଦାସ ଏହାକୁ ବ୍ୟବହାର କରନ୍ତି । ଏବେ କମ୍ପାନୀ ଖେଳାଳିଙ୍କ ସହିତ ସ୍ପନଶରଶିପ ଶେଷ କରିଛି । ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ ଖେଳିବା ପାଇଁ ବାଂଲାଦେଶ ମନା କରିଥିଲା । ତେବେ ଆଇସିସି ଏହି ଦାବୀକୁ ଖାରଜ କରିଦେଇଛି । ଯଦି ଭାରତରେ ମ୍ୟାଚ ନ ଖେଳିଲେ ପଂଏଟ ହରାଇବେ ବୋଲି ଆଇସିସି ସ୍ପଷ୍ଟ କରିଦେଇଛି । ବାଂଲାଦେଶର ଗ୍ରୁପ ଷ୍ଟେଜ ମୁକାବିଲା କୋଲକାତା ଓ ମୁମ୍ବାଇରେ ଖେଳାଯିବ ।

Leave A Reply

Your email address will not be published.