ପର୍ଥ: ଟି-୨୦ ବିଶ୍ୱକପରେ ଭାରତ ଦୁଇଟି ଯାକ ମ୍ୟାଚ ଜିତି ବିଜୟ ଅଭିଯାନ ଜାରି ରଖିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡକୁ ପରାସ୍ତ କରି ୪ ପଏଣ୍ଟ ହାସଲ କରିଛି । ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ରହିଛି । ଏବଂ ପ୍ରଥମ ଦୁଇଟି ମ୍ୟାଚରେ ବିଫଳ ହୋଇଥିବା କେ.ଏଲ୍ ରାହୁଲଙ୍କ ଉପରେ ଆଜିର ମ୍ୟାଚରେ ତାଙ୍କର ପ୍ରଦର୍ଶନ ଉପରେ ନଜର ରହିବ । ସେ ଏହି ମ୍ୟାଚରେ ସ୍ଥାନ ପାଇବେ କି? ଲଗାତର ଦୁଇଟି ମ୍ୟାଚରେ ବ୍ୟାଟରୁ ଭଲ ରନ୍ ନକରିବା ପରେ ଏପରି ପ୍ରଶ୍ନ ଉଠିବାରେ ଲାଗିଛି । ଯଦି ସେ ନଖେଳିବେ ତାହେଲେ ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ସୁଯୋଗ ଦିଆଯିବ କି? ଏବେ ଏହି ପ୍ରଶ୍ନର ଉତ୍ତର ରଖିଛି ଟିମ୍ ଇଣ୍ଡିଆ ।
ଆଜି ରବିବାର ଅଷ୍ଟ୍ରେଲିଆ ପର୍ଥରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଏହି ମ୍ୟାଚରେ ଦଳ ବିଜୟ ହେଲେ ସେମିଫାଇନାଲରେ ଟିମ୍ ଇଣ୍ଡିଆର ସ୍ଥାନ ପ୍ରାୟ ସୁନିଶ୍ଚିତ ହେବ । କିନ୍ତୁ ଦକ୍ଷିଣ ଆଫ୍ରିକା ଭଳି ଦଳକୁ ସାମ୍ନା କରିବା ଏତେ ସହଜ ହେବ ନାହିଁ । ଏଥିପାଇଁ ପ୍ରତ୍ୟେକ ଖେଳାଳିଙ୍କୁ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ । ଦଳର ଭାଇସ କ୍ୟାପଟେନ ତଥା ଓପନର କେ.ଏଲ ରାହୁଲ ଏ ପର୍ଯ୍ୟନ୍ତ ଭଲ ରନ୍ ସଂଗ୍ରହ କରିପାରି ନାହାନ୍ତିି । ପାକିସ୍ତାନ ବିପକ୍ଷରେ ଶୂନ ଏବଂ ନେଦରଲ୍ୟାଣ୍ଡ ବିପକ୍ଷରେ ମାତ୍ର ୪ ରନ୍ ତାଙ୍କ ବ୍ୟାଟରୁ ରନ୍ ହୋଇଛି ।
ଗତକାଲି ବ୍ୟାଟିଂ କୋଚ ବିକ୍ରମ ରାଠୋଡ କହିଛନ୍ତି, କେ. ଏଲ ରାହୁଲ ଏସିଆ କପ୍ ସହିତ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେହି ଦିନଠାରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -୨୦ ସିରିଜରେ ତାଙ୍କ ବ୍ୟାଟରୁ ଧୂଆଁଧାର ଇନିଂସ ବାହାରିଥିଲା, କିନ୍ତୁ ଏହାକୁ ବଜାୟି ରଖିପାରି ନାହାନ୍ତି କେ ଏଲ ରାହୁଲ । ଏଭଳି ପରିସ୍ଥିତିରେ ଯେତେବେଳେ ବିରାଟ କୋହଲି ବିଶ୍ୱକପ୍ରେ କ୍ରମାଗତ ଭାବେ ଭଲ ବ୍ୟାଟିଂ କରୁଛନ୍ତି ଏବଂ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଶେଷ ମ୍ୟାଚରେ ଭଲ ବ୍ୟାଟିଂ କରିଛନ୍ତି ତେଣୁ ରାହୁଲଙ୍କ ଉପରେ ଚାପ ପଡ଼ିବା ସ୍ୱାଭାବିକ ।
ସେହିପରି ରିଷଭ ପନ୍ତଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ବ୍ୟାଟିଂ କୋଚ କହିଛନ୍ତି । କୌଣସି ମୂହୂର୍ତରେ ତାଙ୍କୁ ସୁଯୋଗ ମିଳିପାରେ ବୋଲି ସେ କହିଛନ୍ତି । ତେଣୁ ଆଜିର ମ୍ୟାଚ କେ.ଏଲ ରାହୁଲଙ୍କ ପାଇଁ କର ବା ମର ସ୍ଥିତି ଭଳି ରହିବ । ଯଦି ସେ ଖରାପ ପ୍ରଦର୍ଶନ କରିବେ ତାହେଲେ ପନ୍ତଙ୍କ ଭାଗ୍ୟ ଖୋଲିବ ବୋଲି ସୂଚନା ରହିଛି। କ୍ରୀଡା ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦକ୍ଷିଣ ଆଫ୍ରିକା ଗୋଟିଏ ବଡ ଦଳ। ତେଣୁ ଟିମ୍ ଇଣ୍ଡିଆ ରିସ୍କ ନନେଇ ପନ୍ତଙ୍କୁ ସୁଯୋଗ ଦେଇପାରେ।
Comments are closed.