ରାଜଗୀର: ବିହାରର ରାଜଗୀରରେ ଚାଲିଥିବା ଏସିଆ କପ ହକିରେ ବୁଧବାର ଭାରତ ଓ କୋରିଆ ମଧ୍ୟରେ ସୁପର ଫୋରର ଏକ ରୋମାଂଚକ ମୁକାବିଲା ଡ୍ରରେ ଶେଷ ହୋଇଛି । ଶେଷ କ୍ୱାର୍ଟରରେ ଭାରତ ଗୋଲ ସ୍କୋର କରିବା ଯୋଗୁ ମ୍ୟାଚ ୨-୨ରେ ଡ୍ର ରହିଥିଲା । ହାର୍ଦ୍ଦିକ ସିଂଙ୍କ ଚମତ୍କାର ଗୋଲ ସହାୟତାରେ ଭାରତ ଆକ୍ରମଣାତ୍ମକ ଶୈଳୀରେ ତାର ଅଭିଯାନ ଆରମ୍ଭ କରିଥିଲା । ୧୨ ଓ ୧୪ତମ ମିନିଟରେ ଜିହୁନ ୟାଙ୍ଗ ଓ ହାଇନହୋଙ୍ଗ କିମ ଗୋଲ ସ୍କୋର କରି କୋରିଆକୁ ୨-୧ରେ ଅଗ୍ରଣୀ କରାଇଥିଲେ । ଭାରତ ଗୋଲ ଶୁଝାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରୁ ନ ଥିଲା ।
ମନଦୀପ ସିଂ ଶେଷ କ୍ୱାର୍ଟରରେ ଗୋଲ କରି ଦଳକୁ ପରାଜୟରୁ ବଂଚାଇଥିଲେ । ଗୁରୁବାର ଭାରତ ଓ ମାଲେସିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଲିଗ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର ଫୋରରେ ପ୍ରବେଶ କରିଥିଲା । ଅନ୍ୟ ଏକ ମୁକାବିଲାରେ ମାଲେସିଆ ୨-୦ ଗୋଲରେ ଚୀନକୁ ପରାସ୍ତ କରିଛି ।
Comments are closed.