Latest Odisha News

BREAKING NEWS

ଏସିଆନ ଚାମ୍ପିୟନ୍ସ ଟ୍ରଫି: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ବେଜିଂ: ଭାରତୀୟ ହକି ଟିମ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ସୋମବାର ହୁଲୁନବୁଝୁରରେ ଅନୁଷ୍ଠିତ ଜାପାନ ବିପକ୍ଷ ମୁକାବିଲାକୁ ଭାରତ ୫-୧ରୋ ଜିତି ନେଇଛି । ଏହା ପୂର୍ବରୁ ଉଦଘାଟନୀ ମୁକାବିଲାରେ ଭାରତ ଆୟୋଜେକ ଚୀନକୁ ୩-୦ରେ ହରାଇଥିଲା । ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଭାରତ ପକ୍ଷରୁ ସୁଖଜିତ ସିଂ ୨ଟି ଗୋଲ ସ୍କୋର କରିଥିଲେ । ଅଭିଷେକ, ସଞ୍ଜୟ ଓ ଉତମ ସିଂ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଜାପାନ ପକ୍ଷରୁ ଏକମାତ୍ର ଗୋଲଟି ମାତ୍ସାମୋତୋ କାଜୁମାସା ଦେଇଥିଲେ । ଚାମ୍ପିୟନ ଭାରତ ଏବେ ପଂଏଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ଭାରତ ୨ଟି ମ୍ୟାଚରୁ ୬ ପଂଏଟ ହାସଲ କରିଛି ।

ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଟିମ ଇଣ୍ଡିଆ ୨ ମିନିଟ ମଧ୍ୟରେ ୨ଟି ଗୋଲ ଦେଇଥିଲା । ସୁଖଜିତ ଓ ଅଭିଷେକ ଏହି ଗୋଲ ସ୍କୋର କରିଥିଲେ । ୧୭ତମ ମିନିଟରେ ସଞ୍ଜୟ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୩-୦ରେ ଅଗ୍ରଣୀ କରାଇଥିଲେ । ୪୧ତମ ମିନିଟରେ ଜାପାନ ମ୍ୟାଚକୁ ୩-୧ ସ୍ଥିତିକୁ ଆଣିଥିଲା । ଶେଷ କ୍ୱାର୍ଟରରେ ଉତମ ଓ ସୁଖଜିତ ଗୋଲ କରି ଭାରତକୁ ୫-୧ରେ ଜିତାଇଥିଲେ ।

Comments are closed.