Latest Odisha News

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସେମିରେ ଭାରତ

ନୂଆଦିଲ୍ଲୀ: ମିଡଫିଲ୍ଡର ରାଜକୁମାର ପାଲଙ୍କ ହ୍ୟାଟ୍ରିକ ଗୋଲ ସହାୟତାରେ ଚୀନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ୮-୧ ଗୋଲରେ ମାଲେସିଆକୁ ପରାସ୍ତ କରିଛି । ଏଥିସହ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ସମ୍ପୂର୍ଣ୍ଣ ଏକତରଫା ମୁକାବିଲାରେ ରାଜକୁମାର (୩ୟ,୨୫ତମ ଓ ୩୩ତମ) ମିନିଟରେ ୩ଟି ଗୋଲ ଦେଇଥିଲେ । ସେହିପରି ଅରଜିତ ସିଂ ହୁଣ୍ଡଲ ୨ଟି ଏବଂ ଯୁଗରାଜ ସିଂ, ହରମନପ୍ରୀତ ସିଂ ଓ ଉତମ ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ମାଲେସିଆ ପକ୍ଷରୁ ଏକମାତ୍ର ଗୋଲଟି ଅଖିମୁଲ୍ଲାହ ଅନ୍ନୁର ସ୍କୋର କରିଥିଲେ ।

ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ଯାହାର ଜବାବ ମାଲେସିଆ ନିକଟରେ ନ ଥିଲା । ଅରଜିତ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଭାରତ ତାର ପରବର୍ତୀ ମ୍ୟାଚରେ ରିପବ୍ଲିକ ଅଫ କୋରିଆକୁ ଭେଟିବ । ଆମେ ଏଠାକୁ ଜିତିବାକୁ ଆସିଛି । ପୂର୍ବ ୨ଟି ମ୍ୟାଚରେ ବିଜୟ ହାସଲ କରିଥିଲେ ମଧ୍ୟ ଆମେ ପ୍ରଦର୍ଶନ ନେଇ ସନ୍ତୁଷ୍ଟ ନ ଥିଲୁ ବୋଲି ହୁଣ୍ଡଲ କହିଛନ୍ତି । ୩ଟି ମ୍ୟାଚରେ ୯ ପଂଏଟ ହାସଲ କରି ଟିମଇଣ୍ଡିଆ ପଂଏଟ ଟେବୁଲରେ ଶୀର୍ଷରେ ରହିଛି ।

Comments are closed.