Latest Odisha News

ଏସୀୟ ମହିଳା ହକି ବିଶ୍ୱକପ ୫ କ୍ୱାଲିଫାୟର: ମାଲେସିଆକୁ ହରାଇ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: ଏସୀୟ ମହିଳା ହକି ବିଶ୍ୱକପ୫ କ୍ୱାଲିଫାୟରରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୭-୨ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । ହକି ୫ରେ ପ୍ରତ୍ୟେକ ଟିମ ପକ୍ଷରୁ ୫ଜଣ ଲେଖାଁଏ ଖେଳାଳି ଖେଳିଥାନ୍ତି । ଏହାର ପଡିଆ ନିୟମିତ ଫିଲ୍ଡ ହକି ତୁଳନାରେ ଛୋଟ ହୋଇଥାଏ । ଭାରତ ପକ୍ଷରୁ ଅଧିନାୟିକା ନବନୀତ କୌର, ଅକ୍ଷୟ ଢ଼େକାଲ, ମାରିୟାନା କୁଜୁର, ମୋନିକା ଡି ଟପ୍ପୋ(୨ଟି) ଓ ମହିଳା ଚୌଧୁରୀ ଗୋଲ ସ୍କୋର କରିଥିଲେ । ବିପକ୍ଷ ଦଳ ପକ୍ଷରୁ ୱାନ ବାନ ଓ ଅଜିଜ ଜାଫିରାହ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ ।

ଭାରତ ଶନିବାର ତାର ପରବର୍ତୀ ମୁକାବିଲାରେ ଜାପାନକୁ ଭେଟିବ । ସମ୍ପୂର୍ଣ୍ଣ ମ୍ୟାଚରେ ଭାରତ ପ୍ରଭାବ ବିସ୍ତାର କରି ଖେଳିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୩-୨ର ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟାର୍ଦ୍ଧରେ ଭାରତର ଆକ୍ରମଣାତ୍ମକ ଖେଳ ଆଗରେ ମାଲେସିଆ ତିଷ୍ଠି ପାରି ନ ଥିଲା । ଟିମ ଇଣ୍ଡିଆ ଦ୍ୱିତୀୟାର୍ଦ୍ଧରେ ୪ଟି ଗୋଲ ଦେଇଥିଲେ ।

Leave A Reply

Your email address will not be published.