Latest Odisha News

BREAKING NEWS

ସାଫ ଚାମ୍ପିୟନଶିପ : ନେପାଳକୁ ହରାଇ ସେମିରେ ଭାରତ

ବାଙ୍ଗାଲୋର: ସ୍ଥାନୀୟ କାନ୍ତିରାଭା ଷ୍ଟାଡିୟମରେ ଚାଲିଥିବା ସାଫ ଚାମ୍ପିୟନଶିପରେ ଭାରତୀୟ ଫୁଟବଲ ଟିମ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶନିବାର ଅନୁଷ୍ଠିତ ନେପାଳ ବିପକ୍ଷ ମ୍ୟାଚରେ ଭାରତ ୨-୦ ଗୋଲରେ ସହଜରେ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମାର୍ଦ୍ଧରେ ଉଭୟ ଟିମ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ଏହି ସେଶନ ଗୋଲଶୂନ୍ୟ ରହିବା ପରେ ଭାରତ ଦ୍ୱିତୀୟାର୍ଦ୍ଧରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା । ମ୍ୟାଚର ୬୧ତମ ମିନିଟରେ ଷ୍ଟାର ଖେଳାଳି ସୁନୀଲ ଛେତ୍ରୀ ଦଳ ପାଇଁ ବହୁ ପ୍ରତୀକ୍ଷୀତ ଗୋଲ ସ୍କୋର କରିଥିଲେ ।

ନେପାଳ ଗୋଲ ଶୁଝାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା । ୭୦ତମ ମିନିଟରେ ନାଇରୋମ ମହେଶ ସିଂ ଆଉ ଏକ ଗୋଲ ଦେଇ ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ । ଏହା ଅଗ୍ରଣୀ ଶେଷ ପର୍ଯ୍ୟନ୍ତ ବଜାୟ ରହିଥିଲା । ପୂର୍ବରୁ ଭାରତ ତାର ପ୍ରଥମ ଲିଗ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିଲା ।

Comments are closed.