Latest Odisha News

BREAKING NEWS

ବିଜୟରେ ଟିମ ଇଣ୍ଡିଆର ବିଶ୍ୱରେକର୍ଡ

ନୂଆଦିଲ୍ଲୀ:ଚଳିତ ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ତୃତୀୟ ବିଜୟ ସହ ସୁପରଏଇଟରେ ପ୍ରବେଶ କରିଛି । କଲମ୍ବୋରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜକୁ ମୁକାବିଲାକୁ ଭାରତ ୬୧ ରନରେ ଜିତି ନେଇଥିଲା । ଏହି ବିଜୟ ସହ ଅଷ୍ଟ୍ରେଲିଆକୁ ପଛରେ ପକାଇ ଭାରତ ବିଶ୍ୱରେକର୍ଡ କରିଛି । ୧୯ ବର୍ଷ ତଳେ ଅଷ୍ଟ୍ରେଲିଆ କ୍ରମାଗତ ଭାବେ ସର୍ବାଧିକ ୧୫ ଆଇସିସି ମ୍ୟାଚ ଜିତିଥିଲା । ଏବେ ଏହି ରେକର୍ଡକୁ ଟିମ ଇଣ୍ଡିଆ ଭାଙ୍ଗି ଦେଇଛି ।

ପାକିସ୍ତାନକୁ ହରାଇବା ସହ ଟିମ ଇଣ୍ଡିଆ ଆଇସିସି ମୁକାବିଲାରେ କ୍ରମାଗତ ୧୬ ମ୍ୟାଚ ଜିତିଛନ୍ତି । ୨୦୨୪ରୁ ୨୦୨୬ ମଧ୍ୟରେ ଭାରତ ଏହି ସଫଳତା ହାସଲ କରିଛି । ୨୦୨୩ରୁ ୨୦୨୪ ମଧ୍ୟରେ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରି କ୍ରମାଗତ ୧୪ ଆଇସିସି ମୁକାବିଲା ଜିତିଥିଲା । ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ଏହା ବୃହତ ବିଜୟ । ଟି୨୦ ବିଶ୍ୱକପରେ ଭାରତ ଏ ପର୍ଯ୍ୟନ୍ତ କେବଳ ଗୋଟିଏ ମୁକାବିଲା ପାକିସ୍ତାନ ନିକଟରୁ ହାରିଥିବା ବେଳେ ଅନ୍ୟ ସମସ୍ତ ମ୍ୟାଚରେ ବିଜୟୀ ହୋଇଛି ।

Leave A Reply

Your email address will not be published.