Latest Odisha News

BREAKING NEWS

ଏଫଆଇଏଚ ସିରିଜ୍: ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରି ଭାରତ ଚମ୍ପିଆନ

ଭୁବନେଶ୍ୱର: ଭାରତ ଏଫଆଇଏଚ ସିରିଜ୍ ଫାଇନାଲ୍ସ ଟୁର୍ଣ୍ଣାମେରେ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକା ଦଳକୁ ପରାସ୍ତ କରିବା ସହିତ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଏଥିସହିତ ଭାରତ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛି ।

ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଘରୋଇ ଦର୍ଶକଙ୍କ ସମ୍ମୁଖରେ ଭାରତୀୟ ହକି ଦଳ ବେଶ୍ ଉତ୍ସାହର ସହିତ ଏହି ଫାଇନାଲ୍ ମ୍ୟାଚ ଖେଳିଥିଲା । ଫାଇନାଲ୍ ମ୍ୟାଚରେ ସମସ୍ତ ଖେଳାଳି ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ।

ମ୍ୟାଚର ୨ ମିନିଟରେ ବରୁଣ କୁମାର ଭାରତୀୟ ଦଳ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର କରିଥିଲେ । ତେବେ ହରମନପ୍ରୀତ ସିଂହ ଏକାକୀ ୨ଟି ଗୋଲ ସ୍କୋର କରି ଭାରତୀୟ ଖେଳାଳିଙ୍କ ମନୋବଳ ବୃଦ୍ଧି କରିପାରିଥିଲେ । ସେହିପରି ବିବେକ ପ୍ରସାଦ ୨୫ ମିନିଟରେ ଦଳ ପକ୍ଷରୁ ୫ ଗୋଲ୍ ସ୍କୋର କରିଥିଲେ । ଭାରତ ଏହି ସମ୍ମାନଜନକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଜିତିବା ସହିତ ଏକ ଆକର୍ଷଣୀୟ ଟ୍ରଫି ହାସଲ କରିପାରିଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଗୋଟିଏ ସାନ୍ତ୍ୱନାମୂଳକ ଗୋଲ୍ ସ୍କୋର ହୋଇଥିବା ବେଳେ ଦଳ ରନର୍ସ ଅପ ଟ୍ରଫି ହାସଲ କରିଛି ।

Leave A Reply

Your email address will not be published.