ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିକ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟେଷ୍ଟ ର୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଭାରତ ଏକ ନମ୍ବର ସ୍ଥାନ ହାସଲ କରିଛି । ଭାରତ ୨୫ ମ୍ୟାଚରେ ୩୦୩୧ ରେଟିଂ ପଂଏଟ ପାଇଛି । ଏଥିସହ ଓଭରାଲ ୧୨୧ ପଂଏଟ ସହ ଶୀର୍ଷରେ ରହିଛି । ଅଷ୍ଟ୍ରେଲିଆ ୧୧୬ ପଂଏଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବର୍ଡର-ଗାଭାସ୍କର ଟ୍ରଫି ହାସଲ କରିଥିଲା । ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଆଇସିସି ବାର୍ଷିକ ର୍ୟାଙ୍କିଙ୍ଗ ଅପଡେଟ ପୂର୍ବରୁ ଅଷ୍ଟ୍ରେଲିଆ ୧୨୨ ପଂଏଟ ସହ ପ୍ରଥମ ସ୍ଥାନରେ ରହିଥିଲା । ଭାରତ ସେ ସମୟରେ ୧୧୯ ପଂଏଟ ସହ ଦ୍ୱିତୀୟରେ ରହିଥିଲା ।
ସୂଚନାଯୋଗ୍ୟ, ୭ଜୁୂନରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ମ୍ୟାଚ ଖେଳାଯିବ । ଏ ନେଇ ଉଭୟ ଦେଶ ସେମାନଙ୍କ ଟିମ ଘୋଷଣା କରି ସାରିଛନ୍ତି । ଭାରତ ଶୀର୍ଷ ସ୍ଥାନ ହାସଲ କରିବା ନେଇ ଜୟ ଶାହା ଅଭିନନ୍ଦନ ଜଣାଇଛନ୍ତି । ସେ ଟୁଇଟ କରି କହିଛନ୍ତି ଟେଷ୍ଟ କ୍ରିକେଟର ଶୀର୍ଷ ସ୍ଥାନ ହାସଲ କରି ଆମ ଖେଳାଳିମାନେ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବର ପରିଚୟ ଦେଇଛନ୍ତି । ଭାରତ ଟି୨୦ରେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛି ।
Comments are closed.