Latest Odisha News

କ୍ରିକେଟର ତିନି ଫର୍ମାଟରେ ଭାରତ ହେଲା ଏକ ନମ୍ବର

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ବୁଧବାର ଆଉ ଏକ କୀର୍ତିମାନ ସ୍ଥାପନ କରିଛି । ଦକ୍ଷିଣ ଆଫ୍ରିକା ପରେ ଦ୍ୱିତୀୟ ଟିମ ୩ଟି ଯାକ ଫର୍ମାଟରେ ଭାରତ ଏକ ନମ୍ବର ଟିମ ହୋଇଛି । ଦିନିକିଆ ଏବଂ ଟି୨୦ରେ ପୂର୍ବରୁ ଭାରତ ଶୀର୍ଷ ସ୍ଥାନରେ ରହିଥିଲା । ଚଳିତ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ବୃହତ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୧୧୫ ରେଟିଂ ପଂଏଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୧୧୧ ପଂଏଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଟେଷ୍ଟରେ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ହେଲେ ଚଳିତ ସିରିଜକୁ ୨-୦ କିମ୍ବା ଅଧିକ ଅନ୍ତରରେ ବିଜୟ ହାସଲ କରିବାକୁ ପଡିବ ।

ଉଭୟ ଟିମ ମଧ୍ୟରେ ଦ୍ୱିତୀୟ ଟେଷ୍ଟରେ ଦିଲ୍ଲୀରେ ଖେଳାଯିବ । ଏଠାରେ ଭାରତର ଟେଷ୍ଟ ରେକର୍ଡ ଏକପ୍ରକାର ଅପରାଜେୟ ଭାବେ ରହିଛି । ଆଇସିସି ଟିମ ର‌୍ୟାଙ୍କିଙ୍ଗ ପ୍ରତ୍ୟେକ ସିରିଜ ପରେ ଅପଡେଟ ହୋଇଥାଏ । ଅକ୍ଟୋବର ୧ରେ ଏହାର ବାର୍ଷିକ ଅପଡେଟ ହୋଇଥାଏ । ଅଷ୍ଟ୍ରେଲିଆ ଭାରତ ଗସ୍ତରେ ୪ଟି ଟେଷ୍ଟ ଖେଳିବା ପରେ ୩ଟି ଦିନିକିଆ ମ୍ୟାଚ ଖେଳିବ ।

Comments are closed.