Latest Odisha News

ମମତାଙ୍କ ଭବିଷ୍ୟବାଣୀ, କହିଲେ ଭାଙ୍ଗିଯିବ ଏନଡିଏ ସରକାର

କୋଲକାତା: ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ଜୁନ୍‌ ୯ ଅର୍ଥାତ୍ ଆସନ୍ତାକାଲି ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ମୋଦୀଙ୍କ ୩.୦ ଶପଥ ଗ୍ରହଣ ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏକ ବଡ଼ ଭବିଷ୍ୟତବାଣୀ କରିଛନ୍ତି । ଏନଡିଏ ସରକାର ଅଧିକ ଦିନ ରହିବ ନାହିଁ ବୋଲି ସିଧାସଳଖ କହିଛନ୍ତି ମମତା ।

ମମତା କହିଛନ୍ତି ଯେ, କିଛି ଦିନ ଭିତରେ ଅନେକ ବିଜେପି ନେତା ଦଳ ଚାଡିବେ । ଅନେକ ବିଜେପି ନେତା ଅତ୍ୟନ୍ତ ବିବ୍ରତ ଓ ଅସନ୍ତୁଷ୍ଟ ଅଛନ୍ତି। ଏହି ସରକାର ଅଧିକ ଦିନ ତିଷ୍ଠି ପାରିବ ନାହିଁ। ସେପଟେ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ତୃଣମୂଳ କଂଗ୍ରେସ ଯୋଗଦେବେ କି ନାହିଁ ପଚାରିବାରୁ ଏହାର ଏତ୍ତରରେ ମମତା କହିଛନ୍ତି ଯେ, ନା ମୋତେ ନିମନ୍ତ୍ରଣ ମିଳିଛି ଆଉ ନାଁ ମୁଁ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶକୁ ପରିବର୍ତ୍ତନ ଆବଶ୍ୟକତା ରହିଛି । ଆମେ ସମସ୍ତ ରାଜ୍ୟର ରାଜନୈତିକ ପରିସ୍ଥିତି ଉପରେ ନଜର ରଖିଛୁ। ଯେଉଁଭଳି ଭବେ ଜନାଦେଶ ଆସିଛି ତାକୁ ଦୃଷ୍ଟିରେ ରଖିଲେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ। ଆଜି ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବାକୁ ଦାବି କରି ନାହିଁ, ଏହାର ଅର୍ଥ ଏହା ନୁହେଁ ଯେ, ଭବିଷ୍ୟତରେ ଆମେ ତାହା କରିବୁ ନାହିଁ।

 

Comments are closed.