Latest Odisha News

BREAKING NEWS

ଗିଲଙ୍କ ଦ୍ୱିଶତକ, ଭାରତ ୫୮୭ରେ ଅଲଆଉଟ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଧିନାୟକ ଶୁଭମନ ଗିଲଙ୍କ ଆକର୍ଷଣୀୟ ଦ୍ୱିଶତକ ବଳରେ ଭାରତ ପ୍ରଥମ ଇନିଂସରେ ୫୮୭ ରନ କରି ଅଲଆଉଟ ହୋଇ ଯାଇଛି । ଗିଲ ୨୬୯ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଭାବେ ଇଂଲଣ୍ଡ ମାଟିରେ ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ଦ୍ୱିଶତକ ହାସଲ କରିଛନ୍ତି । ଅନ୍ୟମାନଙ୍କ ଯଶସ୍ୱୀ ଜୈସୱାଲ ୮୭ ଓ ରବୀନ୍ଦ୍ର ଜାଡେଜା ୮୯ ରନ କରିଥିଲେ । ସେହିପରି ୱାଶିଂଟନ ସୁନ୍ଦର ୪୨, କରୁଣ ନାୟାର ୩୧ ଓ ରିଷଭ ପନ୍ତ ୨୫ ରନର ଇନିଂସ ଖେଳିଥିଲେ । ଇଂଲଣ୍ଡ ପକ୍ଷରୁ ଶୋଏବ ବଶୀର ସର୍ବାଧିକ ୩ଟି ୱିକେଟ ନେଇଥିଲେ । କ୍ରିସ ୱକସ ଓ ଜୋଶ ଟଙ୍ଗ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଟସ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ରହିଛି ।

ଗିଲଙ୍କ ଉପଲବ୍ଧି: ୧. ଇଂଲଣ୍ଡ ମାଟିରେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ ସ୍କୋର । ୨. ବିଦେଶ ମାଟିରେ ଭାରତର ତୃତୀୟ ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ । ବିରେନ୍ଦ୍ର ସେହ୍ୱାଗ (୩୦୯) ଓ ରାହୁଲ ଡ୍ରାଭିଡ(୨୭୦) ରନ କରିଥିଲେ । ୩. କରୁଣ ନାୟାରଙ୍କ ୩୦୩ ନଟଆଉଟ ସ୍କୋର ପରେ ଇଂଲଣ୍ଡ ବିପକ୍ଷରେ ସେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି । ୪. ଇଂଲଣ୍ଡ ମାଟିରେ ତାଙ୍କ ପୂର୍ବରୁ କେବଳ ସୁନୀଲ ଗାଭାସ୍କର ଓ ରାହୁଲ ଡ୍ରାଭିଡ ଦ୍ୱିଶତକ ମାରିଛନ୍ତି । ୫. ଟେଷ୍ଟ ଏବଂ ଦିନିକିଆରେ ଦ୍ୱିଶତକ ମାରିଥିବା ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ସେ ସାମିଲ ହୋଇଛନ୍ତି । ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ରୋହିତ ଶର୍ମା ଓ କ୍ରିସ ଗେଲ ଏହି ସଫଳତା ହାସଲ କରିଛନ୍ତି ।

Comments are closed.