Latest Odisha News

ଟେଷ୍ଟରେ ଭାରତର ଦ୍ରୁତ ୫୦, ୧୦୦, ୧୫୦, ୨୦୦, ୨୫୦ ରନରେ ବିଶ୍ୱରେକର୍ଡ

କାନପୁର: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଐତିହାସିକ ଇନିଂସ ଖେଳିଛନ୍ତି । ଦ୍ରୁତ ୫୦, ୧୦୦, ୧୫୦, ୨୦୦ ଓ ୨୫୦ ରନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ୩ ଓଭରରେ ୫୧ ରନ କରି ଏହି ଧାରା ଆରମ୍ଭ କରିଥିଲା ଟିମ ଇଣ୍ଡିଆ । ୧୦.୧ ଓଭର ବେଳକୁ ଭାରତ ଦ୍ରୁତ ୧୦୦ ରନ କରି ନିଜ ରେକର୍ଡ ଭଙ୍ଗ କରିଥିଲା । ଏହା ପୂର୍ବରୁ ୨୦୨୩ରେ ପୋର୍ଟ ଅଫ ସ୍ପେନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୧୨.୨ ଓଭରରେ ୧୦୦ ରନ ସଂଗ୍ରହ କରି ରେକର୍ଡ କରିଥିଲା । ସେତେବେଳେ ବି ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ ଓ ଶୁଭମନ ଗିଲ ମଧ୍ୟ ଏହି ରେକର୍ଡ କରିଥିଲେ ।

ଏହା ପରେ ଟିମ ଇଣ୍ଡିଆ ବିସ୍ଫୋରକ ବ୍ୟାଟିଂ ଜାର ରଖି ୧୮.୨ ଓଭରରେ ୧୫୦, ୨୪.୨ ଓଭରରେ ୨୦୦ ଓ ୩୦.୧ ଓଭରରେ ୨୫୦ ରନ ପୂର୍ଣ୍ଣ କରି ବିଶ୍ୱରେକର୍ଡ କରିଥିଲେ । ଯଶସ୍ୱୀ ଜୈସୱାଲ ୫୧ ବଲରୁ ୭୨, ରୋହିତ ଶର୍ମା ୧୧ ବଲରୁ ୨୩, ଶୁଭମନ ଗିଲ c୩୬ ବଲରୁ ୩୯, ବିରାଟ କୋହଲି ୩୫ ବଲରୁ ୪୭ ଓ କେଏଲ ରାହୁଲ ୪୩ ବଲଣୁ ୬୮ ରନ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.