ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୨୬୫ ରନର ଲକ୍ଷ୍ୟ ରଖିଛି । ଷ୍ଟିଭନେ ସ୍ମିଥ ଓ ଆଲେକ୍ସ କ୍ୟାରୀ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର କରିପାରି ନ ଥିଲା । ୩୬ ଓଭର ବେଳକୁ ଅଷ୍ଟ୍ରେଲିଆ ୪ ୱିକେଟ ବିନିମୟରେ ୧୯୫ ରନ କରି ଭଲ ସ୍ଥିତିରେ ରହିଥିଲା । ମାତ୍ର ଏହା ପରେ ଶେଷ ୧୪ ଓଭରରେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୬ ୱିକେଟ ହରାଇ ମାତ୍ର ୬୯ ରନ କରିଥିଲା । ସ୍ମିଥଙ୍କୁ ଆଜି ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ସହାୟ ହେବାରୁ ସେ ୪ଥ ଆଉଟ ହେବାରୁ ବଂଚିତ ହୋଇଥିଲେ ।
ସ୍ମିଥ ୭୩ ଓ କ୍ୟାରୀ ୬୧ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରେଭିସ ହେଡ ୩୯ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମୀ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ବରୁଣ ଚକ୍ରବର୍ତି ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
Comments are closed.