Latest Odisha News

ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ

ଭଦ୍ରକ: ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି । ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରେ ଥିବା ଲଞ୍ଚ ପ୍ୟାଡ଼ରୁ ଆଜି ଏହି ପରୀକ୍ଷଣ ହୋଇଥିଲା । ଏହି ‘ଅଗ୍ନି-୧’ କ୍ଷେପଣାସ୍ତ୍ର ୧ ହଜାରରୁ ୨ ହଜାର ଭିତରେ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଛି ।

ଏହା ହେଉଛି ଏକ ପ୍ରମାଣିତ ଅତ୍ୟନ୍ତ ନିର୍ଦ୍ଦିଷ୍ଟ କ୍ଷେପଣାସ୍ତ୍ର ପ୍ରଣାଳୀ । ରଣନୀତିକ ବାହିନୀ କମାଣ୍ଡ ଅଧୀନରେ ବ୍ୟବହାରକାରୀ ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳତାର ସହିତ ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାପଦଣ୍ଡକୁ ପ୍ରମାଣିତ କରିଥିଲା । ଏଥିରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ ।

ଆଜିର ପରୀକ୍ଷଣ ବେଳେ ଡିଆରଡିଓ ର ନିର୍ଦ୍ଦେଶକଙ୍କ ସମେତ ଡିଆରଡିଓର ବୈଜ୍ଞାନିକ ମାନେ ଉପସ୍ଥିତ ରହି କ୍ଷେପଣାସ୍ତ୍ରର ଗତିକୁ ନିରୀକ୍ଷଣ କରିଥିଲେ।

 

Leave A Reply

Your email address will not be published.