Latest Odisha News

BREAKING NEWS

ୟୁକ୍ରେନ୍‌ରେ ସେନା ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘରେ ପ୍ରସ୍ତାବ ପାରିତ; ଭୋଟ୍‌ରୁ ବିରତ ରହିଲେ ଭାରତ-ଚୀନ

ନୂଆଦିଲ୍ଲୀ: ଋଷକୁ ପୁଣି  ଭାରତ ଓ ଚୀନର ସମର୍ତନ। ମିଳିତ ଜାତୀସଂଘ ସାଧାରଣର ସଭାରେ ହୋଇଥିବା ଭୋଟିଂରେ ପୁଣିତରେ ଭାରତ ଓ ଚୀନ ଦୂରେଇ ରହିଛନ୍ତି। ଋଷ ୟୁକ୍ରେନ୍‌ ଆକ୍ରମଣକୁ ବର୍ଷେ ପୂରୁଥିବାରୁ ସନ୍ଧ୍ୟାରେ ମିଳିତ ଜାତିସଂଘର ସାଧାରଣ ସଭା(UNGA)ରେ ଏକ ପ୍ରସ୍ତାବ ପାରିତ ହୋଇଛି। ଋଷ ୟୁକ୍ରେନ୍ ବିରୋଧରେ ଶତ୍ରୁତା ବନ୍ଦ କରୁ ଓ ତୁରନ୍ତ ସେନା ପ୍ରତ୍ୟାହାର କରୁ ବୋଲି ଏକ ପ୍ରସ୍ତାବ ଆଗତ ହୋଇଥିଲେ। ଏଥିରେ  ବହୁସଂଖ୍ୟାରେ ଭୋଟିଂ ହୋଇଥିଲେ ବି ଋଷ ଓ ଚୀନ ଏଥିରୁ ବାଦ୍ ପଡ଼ିଥିଲେ।

ଭୋଟିଂ ସମୟରେ ୧୯୩ ସଦସ୍ୟ ବିଶିଷ୍ଟ UNGA ରେ ୧୪୧ ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ। ସେହିପରି ୭ ଦେଶ ଏହାକୁ ବିରୋଧ କରିଥିବା ବେଳେ ଭାରତ ଓ ଚୀନ ଭଳି ୩୨ ଦେଶ ଭୋଟିଂରୁ ବିରତ ରହିଥିଲେ। କୁଟନୈତିକ ସ୍ତରରେ ଶାନ୍ତି କାଏମ୍ ରଖିବାକୁ ଏହି ପ୍ରାସ୍ତାବ ଆଗତ କରାଯାଇଥିଲା।

ମିଳିତ ଜାତିସଂଘର ଚାର୍ଟରେ ଥିବା ନୀତି ଅନୁଯାସାରେ ୟୁକ୍ରେନରେ ସ୍ଥାନୀୟ ଓ ନ୍ୟାୟପୂର୍ଣ୍ଣ ଶାନ୍ତିର ବ୍ୟବସ୍ଥା ଯଥାଶୀଘ୍ର କରାଯିବା ଏହି ସଂକଳ୍ପରେ ଦର୍ଶାଯାଇଛି। କିଭଳି କୁଟନୈତିକ ସ୍ତରରେ ୟୁକ୍ରେନ୍‌ର ଏକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇପାରିବ ସେ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ UNGA ନିୟମ ଅନୁସାରେ ଚେଷ୍ଟା କରିବା ଉଚିତ୍ ବୋଲି ସଂକଳ୍ପରେ ଉଲ୍ଲେଖ ରହିଛି।

 

Comments are closed.